ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ଧାରଣା

ଭୁବନେଶ୍ୱର : ମାସକୁ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ, ଚାକିରି କ୍ଷେତ୍ରରେ ସବୁଜ ପତ୍ରିକାଧାରୀଙ୍କ ପିଲାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ, ଭୂମିହୀନ ସବୁଜ ପତ୍ରିକାଧାରୀଙ୍କୁ ଜମି ପ୍ରଦାନ ଆଦି ଦାବି ନେଇ ଆଜି ଠାରୁ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ ଲୋୟର ପିଏମ୍‌ଜରେ ଧାରଣା ଦେଇଛି। ସବୁଜପତ୍ରିକାଧାରୀ ମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ସଭାନେତ୍ରୀ ଲକ୍ଷ୍ମୀ ଦେବୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ମହାସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସଭାନେତ୍ରୀ କହିଛନ୍ତି। ଉଭସଭାନେତ୍ରୀ ଉର୍ମିଳା ଦାଶ, ମଞ୍ଜୁଳା ମହାପାତ୍ର, ରଶ୍ମିତା ପ୍ରଧାନ, ସୁଚିତ୍ରା ମହାନ୍ତି, ବାସନ୍ତି କାଠ, ସାଧବି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାର ସବୁଜପତ୍ରିକାଧାରମାନେ ଏହି ଧାରଣାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର