ରକ୍ତଦାନ କରି ରେକର୍ଡ କଲେ ଓଡ଼ିଆ ପୁଅ

ପୁରୁଣା ଭୁବନେଶ୍ୱର: ସେଚ୍ଛାକୃତ ଭାବେ ରକ୍ତ ଓ ପ୍ଲେଟ୍‌ଲେଟ୍ ଦାନ କରି ସ୍ଥାନୀୟ ଅଞ୍ଚଳର ଯୁବକ ଗୌରୀକୁମାର ଦାଶ ଏକ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୨୧ ଥର ରକ୍ତଦାନ କରି ଏସିଆ କଣ୍ଟିନେଟର୍‌ ଏଡିସନ୍‌ର ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ନାମ ରଖି ପାରିଛନ୍ତି। ୧୯ ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ହେଲା ସେ ବିଭିନ୍ନ ହସ୍ପିଟାଲରେ ସେଚ୍ଛାକୃତ ଭାବେ ରକ୍ତ ଓ ପ୍ଲେଟଲେଟ୍ ଦାନ କରି ଆସୁଛନ୍ତି। ସେ ସମୁଦାୟ ୯୭ଥର ପ୍ଲେଟ୍‌ଲେଟ୍‌ ଦାନ କରିଛନ୍ତି। ଆଉ ୩ଥର ପ୍ଲେଟ୍‌ଲେଟ୍‌ ଦାନ କରିବା ପରେ ସେ ଏହି କ୍ଷେତ୍ରରେ ଶତକ ହାସଲ କରି ପୁଣି ଏକ ୱାଲର୍ଡ ରେକର୍ଡର ଅଧିକାରୀ ହେବାକୁ ଆଶା କରିଛନ୍ତି। ରୋଗୀଙ୍କୁ ପ୍ଲେଟ୍‌ଲେଟ୍ ଓ ରକ୍ତଦାନ କରି ସେବା କରିବା ତାଙ୍କର ଏକ ନିଶା ବୋଲି ସେ କହିଛନ୍ତି। ଏହି ରେକର୍ଡ ପାଇଁ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ରାଜଧାନୀର ବହୁ ରକ୍ତଦାତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର