ପୁଲିସର ସଚେତନତା ସ୍ଲୋଗାନ୍, ଆମ୍ବୁଲାନ୍ସକୁ ବାଟ ଛାଡ଼

ଭୁବନେଶ୍ବର: ଟ୍ରାଫିକ ଜାମରେ ଆମ୍ବୁଲାନ୍ସ ଫସି ଶିଶୁପୁତ୍ରର ମୃତ୍ୟୁ ଘଟଣା ପରେ ଆଗେଇ ଆସିଛି କମିସନରେଟ୍ ପୁଲିସ। ସଚେତନତା ବାର୍ତ୍ତା ବାଣ୍ଟିଛି ପୁଲିସ। ଅନେକ ସମୟରେ ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ଆମ୍ବୁଲାନ୍ସକୁ ବାଟ ନ ଛାଡ଼ିବାର ନଜିର୍ ରହିଛି। ଆମ୍ବୁଲାନ୍ସ ସାଇରନ୍ ବଜାଇ ଯାଉଥିବା ବେଳେ ଆଗରେ ଲୋକ ବାଟ ନ ଛାଡ଼ି ଦ୍ରୁତଗତିରେ ଯାଉଥିବା ଦେଖିବାକୁ ମିଳିଥା‌ଏ। ଏଭଳି ସ୍ଥଳେ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ। ଟ୍ରାଫିକ ପୁଲିସ ଟିମ୍ ପକ୍ଷରୁ ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେ ଦିଗରେ ପଦକ୍ଷେପ ନିଆଯାଉଛି। ଆଜି ରସୁଲଗଡସ୍ଥିତ ଏସପ୍ଲାନେ଼ଡ୍ ମଲରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାସ୍ତାରେ ଆମ୍ବୁଲାନ୍ସ ଗଲା ବେଳେ ଆଗରେ ଯାଉଥିବା ବ୍ୟକ୍ତି ଛକ ସ୍ଥାନ ଗୁଡ଼ିକରେ ବାମ କିମ୍ବା ଡାହାଣ ପଟକୁ ସାଇଡ୍ ହେଲେ ଆମ୍ବୁଲାନ୍ସ ଆଗକୁ ଯାଇ ପାରିବ। ନଚେତ ଆଗରେ ଯାଉଥିବା ଗାଡ଼ି ଚାଳକ ବେଗ କମାଇ ବାଟ ଛାଡ଼ିଲେ ଆମ୍ବୁଲାନ୍ସ ସହଜରେ ଯାଇ ପାରିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର