ଚୋରା ମଦ ବିକ୍ରି କରୁଥିବା ବେଳେ ଗ୍ରାହକ ସାଜି ମାଡ଼ି ବସିଲା ପୁଲିସ

ଜଣେ ଗିରଫ, ୧୫ ବୋତଲ ମଦ ଜବତ

ଭୁବନେଶ୍ବର: ନୂଆପଲ୍ଲୀ ଡେଲ୍‌ଟା କଲୋନିରେ ଚୋରା ମଦ ବିକ୍ରି କରୁଥିବା ଜଣେ ଯୁବକକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଲିଙ୍ଗରାଜ ଥାନା ଅଧୀନ ଫୁଲେଶ୍ବରୀ ବସ୍ତିର ନାରାୟଣ ବିଶୋୟୀ(୩୭)। ମିଳିଥିବା ସୂଚନା ମୁତାବକ, ନାରାୟଣ ଲକ୍‌ଡାଉନ୍‌ର ଫାଇଦା ନେଇ ପୂର୍ବରୁ ଦୋକାନରୁ କିଣି ରଖିଥିବା ମଦକୁ ଚଢ଼ା ଦାମ୍‌ରେ ଚୋରା ବିକ୍ରି କରୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନୂଆପଲ୍ଲୀ ଥାନାର ଜଣେ ପୁଲିସ୍‌ ଆଜି ଗ୍ରାହକ ଭାବେ ସେଠାରେ ପହଞ୍ଚି ନାରାୟଣକୁ ମଦ ମାଗିଥିଲେ। ନାରାୟଣ ପ୍ରଥମେ କେଉଁ ମଦ, କ’ଣ ବୋଲି ବିଭିନ୍ନ ବାହାନା ଦେଖାଇଥିଲା। ପରେ ସମ୍ପୃକ୍ତ ପୁଲିସ କର୍ମଚାରୀ ଅଧିକ ଟଙ୍କା ଯାଚିବାରୁ ନାରାୟଣ ପାଖରେ ଥିବା ମଦକୁ ବାହାର କରିିଥିଲା। ପୁଲିସ୍ ତାକୁ ଗିରଫ କରିବା ସହ ୧୫ଟି ମଦ ବୋତଲ ପୁଲିସ ଜବତ କରିଥିଲା।

ସମ୍ବନ୍ଧିତ ଖବର