ମଦ ପିଇ ରାସ୍ତାରେ ଶୋଇଲେ ପୁଲିସ ବାବୁ

ଭୁବନେଶ୍ୱର: କମିସନରେଟ ପୁଲିସର ଜଣେ ଏଏସ୍‌ଆଇ ର‍୍ୟାଙ୍କର ଅଫିସର ପ୍ରଚୁର ପରିମାଣର ମଦ୍ୟପାନ କରି ରାସ୍ତାରେ ଶୋଇଥିଲେ। ଏପରିକି ତାଙ୍କର ଚେତା ମଧ୍ୟ ନ ଥିଲା। ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମୁହଁରେ ପାଣି ଛାଟିବା ପରେ ତାଙ୍କର ହୋସ ଆସିଥିଲା। ଏଭଳି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚକ୍କର କାଟିବା ଆରମ୍ଭ କରିଛି। ସେହି ଏଏସ୍‌ଆଇ ଜଣକ ହେଉଛନ୍ତି ସହିଦନଗର ଥାନାର ଏଏସ୍‌ଆଇ ବନମାଳୀ ଭୋଇ। ଦୁଇ ଦିନ ତଳେ ନିକୋପାର୍କ ଛକରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଖବର ପାଇ ପିସିଆର ଭ୍ୟାନ୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସେଠାରେ ତାଙ୍କର ଚିକିତ୍ସାବେଳେ ଜଣାପଡ଼ିଥିଲା କି ସେ ମଦ୍ୟପାନ କାରଣରୁ ଦୁର୍ଘଟଣା ଘଟାଇ ଚେତା ହରାଇଥିଲେ। ପୁଲିସ କମିସନର ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି। କହିଛନ୍ତି ଡିସିପିଙ୍କୁ ରିପୋର୍ଟ ତଲବ ହୋଇଛି। ଡିସିପି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର