ଜବରଦଖଲର ପ୍ରତିବାଦ, ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ଘେରାଉ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ପାର୍ଶ୍ବ ମନ୍ଦିରଗୁଡ଼ିକରେ ଜବରଦଖଲ ବଢ଼ୁଛି। ମନ୍ଦିର ପ୍ରଶାସନ ପଦକ୍ଷେପ ନେଉନଥିବାରୁ ଜବରଦଖଲକାରୀ ଉତ୍ସାହିତ ହେଉଛନ୍ତି। ଏହାର ପ୍ରତିବାଦରେ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଆଜି ମନ୍ଦିର କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି ଯେ ଶ୍ରୀଲିଙ୍ଗରାଜଙ୍କ ପାର୍ଶ୍ବ ମନ୍ଦିରଗୁଡ଼ିକରେ ଜବରଦଖଲ ବଢ଼ୁଛି। କାଳିକା ଦେବୀ ମନ୍ଦିର, ଲାଖବିନ୍ଧା ପଡ଼ିଆ, ଶ୍ରୀରାମ ନଗରସ୍ଥିତ ଶ୍ରୀପଞ୍ଚମୀ ପଡ଼ିଆ, ରାଜାରାଣୀ ମୌଜାର ଜଟେଶ୍ବର ପୀଠ ଜବରଦଖଲକାରୀଙ୍କ କବ୍‌ଜା‌ରେ ରହିଛି। ତେଣୁ ମନ୍ଦିର ପ୍ରଶାସନ ଚୁପ୍‌ ନବସି ଏଥିପ୍ରତି ପଦକ୍ଷେପ ନେବାକୁ ସେ କହିଛନ୍ତି। ଆଜିର ଏହି ବିକ୍ଷୋଭରେ ଶରତ ଚନ୍ଦ୍ର ପଣ୍ଡା, ଦିବ୍ୟଜ୍ୟୋତି ମହାନ୍ତି, ଲିଙ୍ଗରାଜ ହାତୀ, ଗୁଲସନ୍‌ ଶତପଥୀ, ଭୂପେନ୍‌ ଦାସ, ରାଜ ରାଉତରାୟ, ସାରସ୍ବତ ଦ୍ବିବେଦୀ, ଋତୁରାଣୀ ସାସମଲ, ସ୍ବପ୍ନାରାଣୀ ସାମଲ, ସଞ୍ଜୁଲତା ପଟ୍ଟନାୟକ, ବିଷ୍ଣୁପ୍ରିୟା ଜେନା, ସୁଲତା ସାହାଣୀ ଓ ସନ୍ଧ୍ୟାରାଣୀ ବିଶୋଇ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର