ଓଡ଼ିଶା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସମିତି ପକ୍ଷରୁ ପୂଜ୍ୟପୂଜା ସମ୍ମାନ ସମାରୋହ

ଭୁବନେଶ୍ବର: ଓଡ଼ିଶା ଅବସରପ୍ରାପ୍ତ ପୁଲିସ ପଦାଧିକାରୀ କଲ୍ୟାଣ ସମିତି ପକ୍ଷରୁ ସିଆରପିସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ସମ୍ମିଳନୀ କକ୍ଷରେ ପୂଜ୍ୟପୂଜା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟବକ୍ତା ଭାବେ ଓଡ଼ିଶା ପବ୍ଲିକ ସର୍ଭିସ କମିସନ ଅଧ୍ୟକ୍ଷ ସତ୍ୟଜିତ୍‌ ମହାନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ଗୋକୁଳାନନ୍ଦ ଦାଶ, ଶ୍ରୀରାମଚନ୍ଦ୍ର ମହାରାଜ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗୁରୁମାନଙ୍କର ସମାଜ ପ୍ରତି ଅବଦାନ ଓ ସେମାନଙ୍କ ଦିଗ୍‌ଦର୍ଶନ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଗୋକୁଳାନନ୍ଦ ଦାଶ, କ୍ଷୀରୋଦ ପ୍ରସାଦ ମହାନ୍ତି, ବିମେଳନ୍ଦୁ ମହାନ୍ତି, ନିରଂଜନ ପଣ୍ଡା, ପ୍ରସନ୍ନ କୁମାର ଦାସ, ରଙ୍ଗବଲ୍ଲଭ ଜେନାଙ୍କୁ ସମ୍ମାନିତ କରାଯାଇଥିଲା। ସାଧାରଣ ସଂପାଦକ ବିଜୟକୃଷ୍ଣ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଗଠନ ସଂପାଦକ ନୀଳମୋହନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ବାମନ ଚରଣ ପଣ୍ଡା ଧନ୍ୟବାଦ ଦେଇଥିଲେ। ସୁରେନ୍ଦ୍ର ସାହୁ, ସୁବେଶ ସାମଲ, ବିମଳ କୁମାର ମହାନ୍ତି, ଦେବପ୍ରସାଦ ମଜୁମଦାର, ଗୁରୁଚରଣ ମହାନ୍ତି, ରାଧା ଚରଣ ମହାପାତ୍ର, ଲକ୍ଷ୍ମଣ କୁମାର ବେହେରା, ଦିଲ୍ଲୀପ କୁମାର ସାହାଣୀ, ମହେନ୍ଦ୍ର ଧାନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର