ଦୀପାବଳି ପାଇଁ ‘ମୋନିକା! ଓଃ ମାଇଁ ଡାର୍ଲିଂ’

ଭୁବନେଶ୍ବର : ଦୀପାବଳିକୁ ଦୃଷ୍ଟିରେ ରଖି ଓଡିଶାର ନମ୍ବର ୱାନ୍ ଏଫ୍ଏମ୍ ରେଡିଓ ଚକ୍‌ଲେଟ୍‌ ତା’ର ସମସ୍ତ ଶ୍ରୋତାମାନଙ୍କ ପାଇଁ ପ୍ରସ୍ତୁତ କରିଛି ଏକ ମସ୍ତିଭରା ରୋମାଣ୍ଟିକ ଗୀତ ‘ମୋନିକା! ଓଃ ମାଇଁ ଡାର୍ଲିଂ’। ସରୋଜ ବିଶ୍ୱାଳ ଗୀତଟିକୁ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ। ସୈାମିତ୍ରି ପଲାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଜଗନ୍ନାଥ ମହାନ୍ତି ପୋଗ୍ରାମିଙ୍ଗ୍‌ କରିଛନ୍ତି। ଆଜି ରିଲିଜ ହୋଇଥିବା ଏହି ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ରେ ଶୁଣିବା ସହ ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ଦେଖିପାରିବେ। ଏହା ସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ର ଆପ୍‌ରେ ମଧ୍ୟ ଗୀତଟିକୁ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ ଆପ୍‌କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ଡାଉନଲୋଡ କରି ପାରିବେ।

ସମ୍ବନ୍ଧିତ ଖବର