ରୁଚି ଉଦ୍ୟୋଗର ୪୫ତମ ପ୍ରତିଷ୍ଠା ଦିବସ

କଟକ : ରଥଯାତ୍ରା ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ମସଲା କଂପାନି ରୁଚି ଶିଳ୍ପୋଦ୍ୟୋଗ ୪୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ରୁଚିର ପୁରୁଖା ମହିଳା କର୍ମଜୀବୀ କୁନି ଦାସ ରୁଚି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଉଦ୍ୟୋଗୀ ତଥା ରୁଚିର ପରିଚାଳନା ନି‌େର୍ଦ୍ଦଶକ ଡକ୍ଟର ଶରତ କୁମାର ସାହୁ ରୁଚିର ସାମାଜିକ ପ୍ରତିଶ୍ରୁତିବଦ୍ଧତା ସଂପର୍କରେ ଅବତାରଣା କରିବା ସହିତ ରୁଚି କର୍ମଚାରୀମାନଙ୍କର କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କରିଥିଲେ। ସେହିଭଳି ଓଡ଼ିଶାର କୋଟି କୋଟି ଗ୍ରାହକଙ୍କ ଆଶୀର୍ବାଦ ପାଇଁ ଏହି ଅନୁଷ୍ଠାନ ଋଣୀ ବୋଲି କହିଥିଲେ ରୁଚିର ନି‌େର୍ଦ୍ଦଶକ ଅରବିନ୍ଦ ସାହୁ।

ପ୍ରତିବର୍ଷ ଭଳି ଚଳିତବର୍ଷ ଲକି ଡ୍ର ଜରିଆରେ ରୁଚି ଉଦ୍ୟୋଗରେ କାର୍ଯ୍ୟରତ ୨୦ଜଣଙ୍କୁ ୫ ହଜାର ଟଙ୍କା ଲେଖାଏ ନଗଦ ଅର୍ଥରାଶି ଓ ୪୫ଜଣଙ୍କୁ ସ୍ବତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା। ରୁଚିର ୪୫ ବର୍ଷର ନୂତନ ଲୋଗୋ ଓ ଟାଇଟଲ୍ ଗୀତ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକ୍ସିସ୍‌ ବ୍ୟାଙ୍କର ସିବିଜି ମୁଖ୍ୟ ସୁବ୍ରତ ମହାନ୍ତି, ଶାଖା ମୁଖ୍ୟ ସୁଶାନ୍ତ ଲେଙ୍କା, ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବିକ୍ରୟ ପ୍ରବନ୍ଧକ ବିଜୟ କୁମାର ସ୍ବାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ ଓ ନିେର୍ଦ୍ଦଶିକା ସଲିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବିଡ଼ାନାସୀ ଶୋଭନୀୟ ଶିକ୍ଷାଶ୍ରମର ଦେବଶିଶୁ ସ୍ନେହ ମନ୍ଦିର ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରୁଚି ସ୍କୁଲ ବ୍ୟାଗ, ଲିଖନ ସାମଗ୍ରୀ, ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା। ହ୍ବାଇଟ୍ କାନଭାସ୍‌ର ମୁଖ୍ୟ ଉଲ୍ଲାସ ବେହୁରା ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସମଗ୍ର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ।

ଉତ୍ପାଦନ ମହାପ୍ରବନ୍ଧକ ସୁରେଶ ମହାନ୍ତି, ଜୋନାଲ ମୁଖ୍ୟ ବିଭୂତି ଭୂଷଣ ପଣ୍ତା, ମୁଖ୍ୟ ପ୍ରବନ୍ଧକ ସଂଜୟ ପରମାଣିକ, ମୁଖ୍ୟ ପ୍ରବନ୍ଧକ ଲକ୍ଷ୍ମୀଧର ସାହୁ, ମାନବସମ୍ବଳ ପ୍ରବନ୍ଧକ ମଧୁସ୍ମିତା ବାରିକ୍, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବରିଷ୍ଠ ସୂଚନା ଅଧିକାରୀ ଡ. ନିହାର ରଂଜନ ସାହୁ, ହ୍ବାଇଟ୍ କାନଭାସ୍‌ର ନିେର୍ଦ୍ଦଶକ ଚିଣ୍ଟୁ ମିଶ୍ର, ପ୍ରସନ୍ନ କୁମାର ସାହୁ, ସ୍ବରୂପ ନାୟକ, ମାନସ ବେହେରା, ଶିବ ପ୍ରସାଦ ଧଳ, ଅରକ୍ଷିତ ରଣା, ପ୍ରମୋଦ କୁମାର ସାହୁ ଓ ଲକ୍ଷ୍ମୀଧର ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର