‘ସମ୍ବାଦ ବିଶ୍ବକପ୍‌ କ୍ରିକେଟ୍-୨୦୧୯, କୁଇଜ୍ ପୁରସ୍କାର ପ୍ରଦାନ ଉତ୍ସବ

ଇଂଲଣ୍ଡରେ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ଆଇସିସି ବିଶ୍ବକପ୍‌ ଅବସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ୫୦ ଦିନିଆ ‘ସମ୍ବାଦ ବିଶ୍ବକପ୍‌ କୁଇଜ୍-୨୦୧୯’ର ଅନ୍ତିମ ପର୍ଯ୍ୟାୟ ଭୁବନେଶ୍ବର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। କୁଇଜ୍‌ ନମ୍ବର ୨୨ରୁ ୫୦ ମଧ୍ୟରେ ବିଜେତା ହୋଇଥିବା ୯୧ ଜଣଙ୍କୁ ଖାରବେଳନଗରସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ବ୍ରହ୍ମଗିରି ବିଧାୟକ ତଥା ପୂର୍ବତନ ପୂର୍ବାଞ୍ଚଳ କ୍ରିକେଟର୍‌ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଆମ ଓଡ଼ିଶା’ର ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି ଏବଂ ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର ଅନ୍ୟତମ ଅତିଥି ଥିଲେ। ଉତ୍ସବରେ ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳାଙ୍କ ଉପସ୍ଥିତି ନିଆରା ପରିବେଶ ଭରି ଦେଇଥିଲା।

ସମ୍ବନ୍ଧିତ ଖବର