ସତ୍ୟନଗର ଲେଡିଜ୍‌ ଫୋରମ ତରଫରୁ ପ୍ରତିଯୋଗିତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସତ୍ୟନଗର ଲେଡିଜ୍‌ ଫୋରମ୍‌ ତରଫରୁ ୟୁନିଟ୍‌-୩ ସ୍ଥିତ ଭାରତ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ କାର୍ଯ୍ୟାଳୟ ପରିସରରେ ଓଡ଼ିଆ କୁଇଜ୍‌, ରଙ୍ଗୋଲି, ଓଡ଼ିଆଣୀ ବୋହୂ ଏବଂ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୨୦୦ରୁ ଅଧିକ କଲେଜ ଛାତ୍ରୀ ଏବଂ ଗୃହିଣୀ ଅଂଶ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିଜ୍‌ ଫୋରମ୍‌ର ସମ୍ପାଦିକା ଅନୁରାଧା ଦାସ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା, ସମାଜସେବୀ ହୀନା ରାଉତରାୟ, କିସ୍‌ ନିର୍ଦେଶକ ସୁଶିର ଦାସ, ସାହିତ୍ୟିକ ଶଙ୍କର୍ଷଣ ପରିଡ଼ା, ବିଜେଇମ୍‌ ସ୍କୁଲର ଅଧ୍ୟକ୍ଷ ପ୍ରତାପ ଜେନା ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର