ରାଜ୍ୟ ବରିଷ୍ଠ ନାଗରିକ ମହିଳା ମହାସଂଘ ଗଠିତ

ଭୁବନେଶ୍ୱର: ରାଜ୍ୟ ବରିଷ୍ଠ ନାଗରିକ ମହିଳା ମହାସଂଘ ଗଠିତ ହୋଇଛି। ପରିଣତ ବୟସରେ ନିଃସଙ୍ଗତା ଏବଂ ମାନସିକ, ପାରିବାରିକ, ସାମାଜିକ ଓ ଶାରୀରିକ ଅବହେଳାର ଶିକାର ହେଉଥିବା ମହିଳାଙ୍କ ପ୍ରତି ଏହି ମହାସଂଘ ଉତ୍ସର୍ଗ ହେବ ବୋଲି କହିଛନ୍ତି ସାଧାରଣ ସମ୍ପାଦିକା କସ୍ତୁରୀ ମହାପାତ୍ର। ବୋଉ ଫାଉଣ୍ଡେସନ ପରିସରରେ ଅନୁଷ୍ଠିତ ପ୍ରଥମ ସାଧାରଣ ବୈଠକରେ ସେ ଏହା କହିଛନ୍ତି। ଏଥିରେ ପୂର୍ବତନ ରାଜ୍ୟସଭା ସଦସ୍ୟା ମୀରା ଦାସ ମହାସଂଘର ସଭାନେତ୍ରୀ, କାର୍ଯ୍ୟକାରୀ ସଭାନେତ୍ରୀ ସେବା ମହାପାତ୍ର, ଉପ-ସଭାନେତ୍ରୀ ସଂଘମିତ୍ରା ମିଶ୍ର, ରେଖା ଦାସ, ଜାହାନାରା ବେଗମ୍, ବନଲତା ମହାପାତ୍ର, ସହ-ସଂପାଦିକା ଭାବେ ସାହିତ୍ୟିକା ପ୍ରବୀଣା ମହାନ୍ତି, ଭାରତୀ ପାଣି ଅର୍ଥନୈତିକ ସଂପାଦିକା ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟା ଭାବେ କବି ସୁଷମା ମିଶ୍ର, କନକଲତା ସାହୁ, ରମାରାଣୀ ସାହୁ ଏବଂ ମନମୋହିନୀ ପଣ୍ଡାଙ୍କୁ ମନୋନୀତ କରାଯାଇଛି। କାର୍ଯ୍ୟନିର୍ବାହୀ ସହଯୋଗୀ ଭାବରେ ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା, ରୀନା ରାଉତରାୟ, ରାଜ୍ୟ ମହିଳା କମିସନ୍‌ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଓ ବୋଉ ଫାଉଣ୍ଡେସନ ମ୍ୟାନେଜିଂ ଟ୍ରଷ୍ଟି ସସ୍ମିତା ଦାଶ ଏବଂ ରାଜ୍ୟ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଯୁଗଳ କିଶୋର ସାହୁ, କ୍ଷିତୀଶ୍ ଚନ୍ଦ୍ର ଦାସ, ପ୍ରହଲ୍ଲାଦ ସାହୁଙ୍କୁ ଚୟନ କରାଯାଇଛି। ଆସନ୍ତା ଜାନୁଆରି ୨ ତାରିଖରେ ନବଗଠିତ ମହାସଂଘର ରାଜ୍ୟସ୍ତରୀୟ ଶପଥ ଗ୍ରହଣ କର୍ଯ୍ୟକ୍ରମ ଅନିଷ୍ଠିତ ହେବ ବୋଲି ସମ୍ପାଦିକା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର