ରାସ୍ତା ମଝିରେ ମଇଳା ଟ୍ୟାଙ୍କର୍‌, ଲୋକେ ହିନସ୍ତା

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ-କିଟ୍ ଛକ ରାସ୍ତା ମଝିରେ ମଇଳା ପାଣି ବୋଝେଇ ଟ୍ୟାଙ୍କର୍‌ ଅଚଳ ହୋଇ ଆଜି ଦିନତମାମ ପଡ଼ି ରହିବା ଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ଟ୍ୟାଙ୍କର୍‌ଟିରେ ମଇଳା ପାଣି ଭର୍ତି ହୋଇଥିବାରୁ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ତେବେ ସଂଧ୍ୟାରେ ସ୍ଥାନୀୟ ପୁଲିସ୍‌ ଟ୍ୟାଙ୍କର୍‌କୁ କ୍ରେନ୍ ସାହାଯ୍ୟରେ ଟାଣିଟାଣି ସ୍ଥାନାନ୍ତର କରିଥିଲା। ସୂଚନାଅନୁଯାୟୀ, ବିଳମ୍ବିତ ରାତିରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ୟାଙ୍କର୍‌ଟି ରାସ୍ତା ଉପରେ ଅଟକି ରହିଥିଲା। ମେକାନିକ୍ ଦ୍ବାରା ମରାମତି କରାଯାଇ ନପାରିବାରୁ କ୍ରେନ୍‌ରେ ସ୍ଥାନାନ୍ତର କରାଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକ ଦିନସାରା ସମସ୍ୟାରେ ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର