‘ଶିଶୁ ନିର୍ଯାତନା ନିରୋଧ ଦିବସ’ରେ ପଦଯାତ୍ରା, ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରିବା ଦ୍ୱାରା କୋମଳମତି ପିଲାମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯାତିତ ହେବା ସହ ସେମାନଙ୍କ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହେଉଛି। ତେଣୁ ଶିଶୁମାନଙ୍କୁ ଶ୍ରମଠାରୁ ଦୂରେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ‘ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ’ ଅବସରରେ ଆୟୋଜିତ ପଦଯାତ୍ରା ଓ ଦସ୍ତଖତ ଅଭିଯାନରେ ସାମିଲ ହୋଇ ବକ୍ତାମାନେ ଏପରି ଆହ୍ବାନ ଦେଇଛନ୍ତି।

ପିପୁଲ୍‌ସ୍‌ କଲ୍‌ଚରାଲ ସେଣ୍ଟର (ପିକକ୍‌), ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସ୍‌ଆଇ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ପଦଯାତ୍ରା ରାମମନ୍ଦିର ଛକରୁ ବାହାରି ମାଷ୍ଟରକାଣ୍ଟିନ୍ ପର୍ଯ୍ୟନ୍ତ ଆସିଥିଲା। ପଦଯାତ୍ରାକୁ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ମେୟର ଅନନ୍ତ ନାରାୟଣ ଜେନା ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ବିରୋଧରେ ବାହାରିଥିବା ଏହି ପଦଯାତ୍ରାରେ କ୍ଷେତ୍ରୀୟ ଶ୍ରମ ଅଧିକାରୀ ଅଜୟ କୁମାର ପଟ୍ଟନାୟକ, ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ମିଶ୍ର, କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପିକକ୍‌ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ନାରୀନେତ୍ରୀ ସୁଲତା ଦେଓ, ପିକକ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ଦପ୍ତରର ବୈଷୟିକ ପରାମର୍ଶଦାତା ଭକ୍ତ ବନ୍ଧୁ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ। ପିକକ୍‌ର ପାଣୁ ବେହେରାଙ୍କ ନିର୍ଦ୍ଦେଶନାରେ ଶିଶୁ ଶ୍ରମ ବିରୋଧରେ ଏକ ପଥପ୍ରାନ୍ତ ନାଟକ ‘ପିଲାଦିନ ଫେରାଇବ କିଏ ?’ ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର