ଅଜଗର ଉଦ୍ଧାର

ଚନ୍ଦ୍ରଶେଖରପୁର: ଆଜି ସକାଳେ ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରୁ ଏକ ୧୦ ଫୁଟିଆ ଅଜଗର ଉଦ୍ଧାର ହୋଇଛି। ସାପଟି କୁକୁଡ଼ା ଖାଇବା ଆଶାରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା। ଘରମାଲିକ କୁକୁଡ଼ା ଭାଡ଼ି ଖୋଲିବା ବେଳେ ସାପଟିକୁ ଦେଖିଥିଲେ। ଏନେଇ ସେ ଚନ୍ଦକା ରେଞ୍ଜକୁ ସୂଚନା ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ସାପ ଧରୁଥିବା ସତ୍ୟମ ପୃଷ୍ଟି ନାମକ ଜଣେ ଯୁବକ ସାପଟିକୁ ଉଦ୍ଧାର କରି ଚନ୍ଦକା ରେଞ୍ଜ ଜିମା ଦେଇଥିଲେ। ଆଜି ମଧ୍ୟାହ୍ନରେ ସତ୍ୟମ୍ ଓ ରେଞ୍ଜ କର୍ମଚାରୀ ସାପଟିକୁ ଚନ୍ଦକା ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର