ଆରମ୍ଭ ହେଲା ପଞ୍ଚମ ଉତ୍କଳ ଲୋକନୃତ୍ୟ ଉତ୍ସବ, ଯୁବପିଢ଼ିଙ୍କ ମଧୢରେ ଲୋକନୃତ୍ୟର ପ୍ରଚାର ପାଇଁ ନିଆରା ଉଦ୍ୟମ

ଭୁବନେଶ୍ବର: ସା˚ସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ ପକ୍ଷରୁ ‘ପଞ୍ଚମ ଉତ୍କଳ ଲୋକନୃତ୍ୟ ଉତ୍ସବ’ ଆରମ୍ଭ ହୋଇଛି। ଗତ ବର୍ଷ ପରି ଚଳିତ ବର୍ଷର ଥିମ୍‌ ରହିଛି ‘କ୍ୟାମ୍ପସ୍‌ରେ ଲୋକନୃତ୍ୟ’। ବିଭିନ୍ନ କଲେଜ କ୍ୟାମ୍ପସ୍‌ରେ ଲୋକନୃତ୍ୟ ପରିବେଷଣ କରାଯାଇ ଛାତ୍ରଛାତ୍ରୀଙ୍କ ମଧୢରେ ଲୋକନୃତ୍ୟକୁ ଅଧିକ ପରିଚିତ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଏହି ଉତ୍ସବର ପ୍ରଥମ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ‘ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନ୍‌ସେସ୍’ର ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ମାନିତ ଅତିଥି ଭାବେ ‘ନୀଳାଚଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍’ର ଚେୟାରମ୍ୟାନ୍‌ ଦାମୋଦର ପତି ଓ ‘ଡିଏଭି ସ୍କୁଲ୍‌ ଅଫ୍ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌’ର ଅଧ୍ୟକ୍ଷ ଡି ଏନ୍ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଶାର ସମୃଦ୍ଧ ଲୋକନୃତ୍ୟର ପ୍ରଚାର, ପ୍ରସାର ପାଇଁ ଅନୁଷ୍ଠାନର ଏହି ଉଦ୍ୟମକୁ ଅତିଥିମାନେ ପ୍ରଶ˚ସା କରିଥିଲେ। ‘ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌’ର ଉପାଧୢକ୍ଷ ଜେନାମଣି ସଞ୍ଜୀବ କୁମାରଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଓ ଯୁଗ୍ମ ସମ୍ପାଦକ ସାଲୁଟ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସ୍ବର୍ଗତ ଅମିୟ ପଟ୍ଟନାୟକଙ୍କ ସ୍ମୃତି‌େର ନିରବ ପ୍ରାର୍ଥନା କରାଯାଇଥିଲା। ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ଶିତିକଣ୍ଠ ସେନାପତି ଓ ପରେଶ ମାହୁନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀନିବାସ ଘଟୁଆରି କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ। ଉଦ୍‌ଘାଟନ ପରେ ଲୋକନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ କଳାହାଣ୍ତିର ‘ପ୍ରତିଭା’ ଅନୁଷ୍ଠାନର କଳାକାରମାନେ ସି˚ହାରି ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ‘ଆରାଧନା’ ଅନୁଷ୍ଠାନର ଗୁରୁ ଚିତ୍ରସେନ ସ୍ବାଇଁଙ୍କ ନିର୍ଦ୍ଦେଶନାରେ ଗୋଟିପୁଅ ଏବ˚ ପ୍ରଦୀପ ମିଶ୍ରଙ୍କ ନିର୍ଦ୍ଦେଶନାରେ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର