ଡିଏସ୍‌ବିଏମ୍‌ରେ ରାଜ୍ୟସ୍ତରୀୟ ମ୍ୟାନେଜ୍‌ମେଣ୍ଟ ପ୍ରତିଯୋଗିତା

ଭୁବନେଶ୍ୱର: ଯୁନିଟ୍-୮ ସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍)ରେ ରାଜ୍ୟସ୍ତରୀୟ ମ୍ୟାନେଜ୍‌ମେଣ୍ଟ ପ୍ରତିଯୋଗିତା ଜେନେସିସ୍–୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବି-କୁଇଜ୍ ଓ ପେପର ପ୍ରେଜେଣ୍ଟେସନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଟିମ୍‌ ଆଡ୍‌ମାର୍କ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ନିଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବି-କୁଇଜ୍ ପ୍ରତିଯୋଗିତାରେ ଲୋୟଲା ସ୍କୁଲ୍‌ର ଚିରାଗ ମିଶ୍ର ଏବଂ ହେମନ୍ତ ଗୁପ୍ତା ଚାମ୍ପିଅନ୍‌ ହୋଇଥିବାବେଳେ ଡିଏଭି ସ୍କୁଲ୍ ୟୁନିଟ୍-୮ର ଚାରୁ ବୋଥ୍ରା, ଲଲିତ ସାହୁ ଏବଂ ଜିନ୍ଦଲ୍ ସ୍କୁଲ୍ ବଡବିଲ୍‌ର ଓମ୍ ନାରାୟଣ ମହାପାତ୍ର ଏବଂ ଭୂମିକା ଗୁପ୍ତା ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ। ସେହିଭଳି ପେପର ପ୍ରେଜେଣ୍ଟେ୍ସନ ପ୍ରତିଯୋଗିତାରେ ଡିଏଭି ଚନ୍ଦ୍ରଶେଖରପୁର ସ୍କୁଲ୍‌ର ସ୍ୱରୂପା ପାଲୋ ଚାମ୍ପିଅନ୍‌ ହୋଇଥିବାବେଳେ ଡିଏଭି କାଂଶବାହାଲ୍‌ର ଅଭିଲିପ୍ସା ନାଏକ ଏବଂ ଡିଏଭି ଏମ୍‌ସିଏଲ୍ କଳିଙ୍ଗ ଏରିଆ ସ୍କୁଲ୍‌ର ସ୍ପନ୍ଦନ ସାହୁ ପ୍ରଥମ ଏବଂ ଦ୍ୱିତୀୟ ରନର୍ସଅପ୍ ହୋଇଥିଲେ।

ଡିଏସ୍‌ବିଏମ୍‌ର ଅଧ୍ୟାପକ ସତ୍ୟଜିତ୍ ଦୀକ୍ଷିତ ଏବଂ ଦେବବ୍ରତ ସାହୁ କୁଇଜ୍ ମାଷ୍ଟର ଦାୟିତ୍ୱ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଅଧ୍ୟକ୍ଷ ଡିଏନ୍ ମିଶ୍ର ଛାତ୍ରଛାତ୍ରୀମାନଙ୍କ ସଫଳ କ୍ୟାରିୟର କାମନା କରିଥିଲେ।

ସମ୍ବନ୍ଧିତ ଖବର