ରାଜ୍ୟସ୍ତରୀୟ ମଦର ଟେରେସା ଜୟନ୍ତୀ

ଚନ୍ଦ୍ରଶେଖରପୁର: କଳିଙ୍ଗ ଆଡଭାନ୍ସଡ୍‌ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେ‌ଷଣା କେନ୍ଦ୍ର ସଭାଗୃହରେ ଭାରତରତ୍ନ ମଦର ଟେରେସାଙ୍କ ୧୦୯ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଶାର ରାଜ୍ୟ ସଭାପତି ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ବିଧାୟକ ବିଷ୍ଣୁ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଦର ଟେରେସାଙ୍କ ସ୍ମୃତିଚାରଣ କରିଥିଲେ। ପୂର୍ବତନ ପୁଲିସ୍ ମହାନିର୍ଦେଶକ ଶରତ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ସମାଜସେବୀମାନେ ମଦର ଟେରେସାଙ୍କ ଜୀବନୀ ପଢ଼ିବା ଉଚିତ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାଳୀଚରଣ ସିଂ ସଂଯୋଜନା ଓ ଦୁର୍ଗାପ୍ରସାଦ ପଣ୍ଡା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର