ହଟ୍‌ସ୍ପଟ୍‌ରୁ ଫେରିଥିବା ଲୋକଙ୍କୁ ନେଇ ବସ୍ତିରେ ଉତ୍ତେଜନା

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ନିକଟ ଏକ ବସ୍ତିକୁ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାରୁ ୬ଜଣ ଯୁବକ ଆସି ପହଞ୍ଚିଛନ୍ତି। ସରକାରୀ ନିୟମ ଅନୁଯାୟୀ ହଟ୍‌ସ୍ପଟ୍‌ ଜିଲ୍ଲାରୁ ଫେରୁଥିବା ଲୋକଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ ପଡ଼ିବ ବୋଲି ନିୟମ ଥିବାରୁ ସେମାନଙ୍କୁ ଦେଖି ବସ୍ତିବାସିନ୍ଦା ସ୍ଥାନୀୟ ବିଏମ୍‌ସି କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ। ମାତ୍ର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବସ୍ତିରେ କୌଣସି ସରକାରୀ ଅଧିକାରୀ ନପହଞ୍ଚିବାରୁ ଆଜି ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ଗଞ୍ଜାମରୁ ଆସିଥିବା ଉକ୍ତ ଯୁବକଙ୍କୁ ବସ୍ତିରେ ରହିବା ପାଇଁ ନଦେଇ ସେଠାରୁ ପଳାଇବା ପାଇଁ ପରାର୍ମଶ ଦେଇଥିଲେ। ଏନେଇ ସ୍ଥାନୀୟ ଲୋକ ଓ ସମ୍ପୃକ୍ତ ଯୁବକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିଥିଲା। ଯୁବକମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ କହିବା ସହ ଏ ସମ୍ପର୍କରେ ବିଏମ୍‌ସିକୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର