କୁକୁର ମୁହଁରୁ ଅଳ୍ପକେ ବର୍ତ୍ତିଲା ଶିଶୁ

ମେଣ୍ଢାଶାଳ: ମେଣ୍ଢାଶାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୁକୁର ମୁହଁରୁ ଏକ ୪ବର୍ଷର ଶିଶୁ ଅଳ୍ପକେ ବର୍ତ୍ତିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମେଣ୍ଢାଶାଳ ଗ୍ରାମର ନାରାୟଣ ବେହେରାଙ୍କ ପୁଅ ଅଂଶୁମାନ (୪) ଗାଁ ଦାଣ୍ଡରେ ଖୋଳୁଥିବା ବେଳେ ଗୋଟିଏ କୁକୁର ଅଂଶୁମାନର ମୁଣ୍ଡକୁ କାମୁଡ଼ି ଝୁଣି ଦେଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖି ପାଟି କରିବାରୁ କୁକୁରଟି ଶିଶୁକୁ ଛାଡ଼ି ଦେଇଥିଲା। ରମେଶ ଚନ୍ଦ୍ର ବେହେରା ତାଙ୍କ ଆହତ ନାତି ଅଂଶୁମାନକୁ ପ୍ରଥମେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର