ଖାଉଟି ସାମଗ୍ରୀ ବଣ୍ଟନର ଅନୁଧ୍ୟାନ କଲେ ନେପାଳ ପ୍ରତିନିଧି ଦଳ

ଧଉଳି: ନେପାଳ ସରକାରଙ୍କ ଯୋଜନା କମିସନରଙ୍କ ପ୍ରମୁଖ ସଦସ୍ୟ ଦୀଲ ବାହାଦୂର ଗୁରୁମଙ୍କ ନେତୃତ୍ବରେ ଏକ ୧୧ ଜଣିଆ ପ୍ରତିନିଧି ଦଳ ଆଜି ପୂର୍ବାହ୍ନରେ ଧଉଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନରେ ଆସି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଦୀଲ ବାହାଦୂର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସରପଞ୍ଚ ଚନ୍ଦନ ମଲ୍ଲିକ ଓ ବିଡିଓ ନାରାୟଣ ଚନ୍ଦ୍ର ମଲ୍ଲିକ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଆଇନରେ କେତେଜଣଙ୍କୁ ରାସନ ସାମଗ୍ରୀ ମିଳିଛି। ଆଉ କେତେଜଣ ହିତାଧିକାରୀ ଏବେ ସୁଦ୍ଧା ରାସନକାର୍ଡ ପାଇପାରି ନାହାନ୍ତି ସେ ସଂପର୍କରେ ପଚାରି ବୁଝିଥିଲେ। ଏଥିସହିତ ଉପସ୍ଥିତ ଖାଉଟିଙ୍କ ସହ ଆଲୋଚନା କରିଥିଲେ। ଶେଷରେ ଏହି ପ୍ରତିନିଧି ଦଳ ଶାନ୍ତିସ୍ତୂପ ବୁଲି ଫେରିଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସସିଏସଓ ଗାୟତ୍ରୀ ପଟ୍ଟନାୟକ, ଭୁବନେଶ୍ବର ବ୍ଲକ ଯୋଗାଣ ନିରୀକ୍ଷକ ଦେବସ୍ମିତା ମଲ୍ଲିକ ଓ ପଞ୍ଚାୟତ ଯୋଗାଣ ସହାୟକ ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର