ବିଜୁ ପଟ୍ଟନାୟକ ପାର୍କରେ ‘ଦି ରଥ’ ଉଦ୍‌ଘାଟିତ

ଭୁବନେଶ୍ବର: ଟାଟା ଷ୍ଟିଲ୍ ସହାୟତାରେ ବିଜୁ ପଟ୍ଟନାୟକ ପାର୍କରେ ନିର୍ମିତ ହୋଇଥିବା ‘ଦି ରଥ’ ଆଜି ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। କୋଣାର୍କ ମନ୍ଦିରର ଚକରୁ ଅନୁପ୍ରେରିତ ହୋଇ ଷ୍ଟିଲ୍‌ର ଏହି ରଥ ନିର୍ମାଣ କରାଯାଇଛି। ୧୩.୫ ମେଟ୍ରିକ୍ ଟନ୍ ଓଜନର ଏହି ରଥର ଡିଜାଇନ୍ କରିଛନ୍ତି ନୁରୁ କରିମ୍। ରଥ ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ। ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଲୋକମାନଙ୍କୁ ଏହା ଆକୃଷ୍ଟ କରିବାରେ ସହାୟକ ହୋଇପାରିବ ବୋଲି କୁହାଯାଇଛି।ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ର ସିଇଓ ତଥା ପରିଚାଳନା ନିର୍ଦେଶକ ଟି.ଭି ନରେନ୍ଦ୍ରନ୍, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର