ବସ୍ତି ଭଙ୍ଗା ବନ୍ଦ ନ ହେଲେ ନବୀନ ନିବାସ ଘେରିବ ବସ୍ତି ସୁରକ୍ଷା ମଞ୍ଚ

ଖଣ୍ଡଗିରି: ରାଜ୍ୟ ସରକାରଙ୍କ ବସ୍ତିବାସିନ୍ଦାମାନଙ୍କ ପାଇଁ ଥିବା ସମସ୍ତ ନୀତି କେବଳ ଦସ୍ତାବିଜରେ ସୀମିତ ହୋଇରହଛି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଘୋଷଣା କରିଥିଲେ। ତାହା ଧୂଆଁବାଣରେ ପରିଣତ ହୋଇଛି। ସେହିପରି ବସ୍ତି ବାସିନ୍ଦାମାନଙ୍କୁ ନିଜ ବ୍ୟବସାୟ ସ୍ଥାନରୁ ବିସ୍ଥାପିତ ନକରି ସେହିଠାରେ ଘର ଯୋଗାଇଦେବା ଭଳି ଅନେକ ନିୟମ କେବଳ ନିୟମରେ ସୀମିତ ହୋଇ ରହିଛି। ଯଦି ସରକାର ଆଗାମୀ ଦିନରେ ବସ୍ତିବାସିନ୍ଦାଙ୍କ ଦାବି ପୂରଣ ନକରନ୍ତି ଓ ବସ୍ତି ଭଙ୍ଗା ବନ୍ଦ ନ ହୁଏ ତେବେ ବସ୍ତି ସୁରକ୍ଷା ମଞ୍ଚ ନବୀନ ନିବାସ ଘେରିବ ବୋଲି ସୋମବାର ସୁଭାଷ ବୋଷ ନଗର ବସ୍ତି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ବସ୍ତିସୁରକ୍ଷା ମଞ୍ଚର ସଭାପତି ପୁଷ୍କର ସୁବୁଦ୍ଧି, ସଭାନେତ୍ରୀ ହେନା ବାରିକ, ସାଧାରଣ ସମ୍ପାଦିକା ପ୍ରମିଳା, ମୁରଲୀଧର ଭୂୟାଁ, ରାଧାରାଣୀ ମହାରଣା, ସରୋଜ ଦାସ, ରାମଚନ୍ଦ୍ର ସାହୁ, ଗଦାଧର ସାହୁ, ବଟକୃଷ୍ଣ ରାଉତ, ରବୀନ୍ଦ୍ର ନାୟକ, ବିଚିତ୍ର ପାତ୍ର, ପ୍ରଭାତୀ ତ୍ରିପାଠୀ, ପ୍ରଭାସିନୀ ସାହୁ, ଜୟନ୍ତ ମହାରଣା, କୃଷ୍ଣ ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର