‘ଇଏ କିନ୍ତୁ ସେ ନାଟକ ନୁହେଁ’

ଭୁବନେଶ୍ୱର: ନୂଆ ନୂଆ ସହର ଆରମ୍ଭରେ ଅନେକ ଘଟଣା ଓ ଦୁର୍ଘଟଣା ସହରବାସୀଙ୍କ ମଧ୍ୟରେ ସଂଗଠିତ ହୋଇଥାଏ। ପ୍ରକୃତ ଠିକଣା ନ ଜାଣି ଗାଁରୁ ଆସିଥିବା ଲୋକ ଅନ୍ୟ ଘରର ଅତିଥି ହୋଇଯାଆନ୍ତି। କିନ୍ତୁ ଯେତେବେଳେ ଜାଣନ୍ତି ସେ ଅନ୍ୟ ଠିକଣାର ଅତିଥି ହୋଇଛନ୍ତି, ସେତେବେଳେ ତାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବା ପାଇଁ ପଡ଼ିଥାଏ। ଏମିତି ଏକ କାହାଣୀ ‘ଏ କିନ୍ତୁ ସେ ନାଟକ ନୁହେଁ’ ଭଞ୍ଜକଳା ମଣ୍ଡପରେ ପରିବେଷିତ ହୋଇଯାଇଛି। ଶିବଶଙ୍କର ତ୍ରିପାଠୀ ଦ୍ୱାରା ପ୍ରସ୍ତୁତ ଏହି ନାଟକକୁ ମିହିର କୁମାର ମେହେର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ମହାପାତ୍ର। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରତାପ ରାଉତ। ଶିବ, ଶାରଦା, ମନୋଜ, ସଂଜୟ, ମାନବ, ସୁବାସ, ରାଜ, ପ୍ରଦୀପ, ରୋଜି ଓ ପ୍ରଶାନ୍ତ ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର