‘ଟଏ ଟାଉନ୍‌’ର ଦ୍ବିତୀୟ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ବର: ଡମଣା ଛକଠାରେ ‘ଟୟ ଟାଉନ୍‌’ର ଦ୍ବିତୀୟ ଷ୍ଟୋର ଗତ ୩୧ ତାରିଖ ଦିନ ଉଦ୍‌ଘାଟିତ ହୋଇଯାଇଛି। ପ୍ରସିଦ୍ଧ ଗୁରୁଜୀ ଆ‌ଚାର୍ଯ୍ୟ ବାଙ୍କେ ବିହାରୀ ଗୋସ୍ବାମୀ ଉପସ୍ଥିତ ରହି ଷ୍ଟୋର୍‌କୁ ଉ‌ଦ୍‌ଘାଟନ କରିଥିଲେ। ଏକ ଅତ୍ୟାଧୁନିକ ଶୈଳୀରେ ୬ ହଜାର ବର୍ଗଫୁଟ ଜାଗାରେ ଏହି ଷ୍ଟୋର୍‌ ଖୋଲିଛି। ଏଠାରେ ସମସ୍ତ ପ୍ରକାରର ଛୋଟ ବଡ଼ ଖେଳନା, ନୂଆ ଜନ୍ମ ହୋଇଥିବା ଶିଶୁର ସମସ୍ତ ଉତ୍ପାଦ, ସ୍କୁଲ ଫର୍ନିଚର, କର୍ପୋରେଟ ଉପହାର ସହ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ହେଉଛି। ଏଠାରେ ମହିଳାମାନେ ନିଜ ଜିନିଷ କିଣାକିଣି ସହ ଛୁଆମାନଙ୍କ ପାଇଁ ବି ବିଭିନ୍ନ ଖେଳନା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଉଦ୍‌ଘାଟନୀ ଅଫର୍‌ ଭାବେ ଆସନ୍ତା ୧୫ ତାରିଖ ଯାଏଁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ ରହିଛି ବୋଲି ଏହାର ମ୍ୟାନେଜିଂ ପାର୍ଟନର୍‌ ରଚନା ଜେନ୍‌ ଓ ମୟଙ୍କ ଜେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର