ଗଡ଼ରେ ସଜ ବସିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର

ବାଲିପାଟଣା: ନବରାତ୍ର ପୂଜା ଅବସରରେ ଆଜି ବିଭିନ୍ନ ଶକ୍ତିପୀଠରେ ମା’ଦୁର୍ଗାଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଗଡ଼ରେ କ୍ଷତ୍ରୀୟ ପରିବାରରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜାରେ ବସିଛି। ପାଟ ଖଣ୍ଡା, ତଲୁଆର୍‌, ଭୁଜାଲି, ଫାର୍ସା, ଢାଲ, ବନ୍ଧୁକ ଆଦି ମାଜଣା ପରେ ପୂଜାରେ ବସିଛି। କୁଳପୁରୋହିତ କର୍ମ ଓ ପୂଜାପାଠ କରି ହତିଆରଗୁଡ଼ିକୁ ସଜରେ ବସାଇଛନ୍ତି। ଭଅଁରାଗଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ବନଦୁର୍ଗାଙ୍କ ପୀଠରେ ଶନିବାରଠାରୁ ସଜ ପୂଜା ଆରମ୍ଭ ହୋଇଛି। ସେହିପରି ଗଡ଼ଚାରିପଡା ଗ୍ରାମରେ ଆଜି (ସୋମବାର) ସଜ ପୂଜା ଆରମ୍ଭ ହୋଇଛି। ବିଜୟା ଦଶମୀରେ ହତିଆର ସବୁ ସଜରୁ ଉଠିବ। ସେଦିନ ଢୋଲ, ତୂରୀ, ମହୁରି ପ୍ରଭୃତି ବାଦ୍ୟଯନ୍ତ୍ରର ତାଳେତାଳେ କ୍ଷତ୍ରୀୟମାନେ ପାରମ୍ପରିକ ସା‌ମରିକ କଳାକୌଶଳ ପ୍ରଦର୍ଶନ କରିବେ। କେତେକ ଗଡ଼ରେ ବିଜୟା ଦଶମୀ ଦିନ ସଜ ପୂଜା ବିଧି ରହିଛି।

ସମ୍ବନ୍ଧିତ ଖବର