ଟ୍ରାଫିକ୍‌ ପୁଲିସର ଅଭିନବ ସଚେତନତା, ମଦ ନୁହେଁ କ୍ଷୀର ପିଅ

ଭୁବନେଶ୍ୱର: ମଦ ନୁହେଁ, କ୍ଷୀର ପିଅ। ଅନ୍ତତଃ ଗାଡ଼ି ଚଳାଇବା ବେଳେ ମଦ ନ ପିଇବା ପାଇଁ ପରାମର୍ଶ ଦେଇଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ଆଜି ରାଜମହଲ ଓ ଶିଶୁଭବନ ଛକରେ ମଦ ବିରୋଧରେ ଏଭଳି ଅଭିନବ ଜନସଚେତନତା ସୃଷ୍ଟି କରାଯାଇଛି। ସଚେତନ ଚାଳକମାନଙ୍କୁ କ୍ଷୀର ଓ ବିସ୍କୁଟ ବଣ୍ଟା ଯାଇଛି। ସାଗରିକା ନାଥଙ୍କ ସହ ଏସିପି ଡ. କିଶୋର ପାଣିଗ୍ରାହୀ ସାମିଲ ହୋଇଥିଲେ। ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା ଆଦାୟ ହେବ। ମଦ୍ୟପାନ କରି ଗାଡ଼ି ଚାଳନା ବେଳେ ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏଣୁ ଏହି ମୋଟା ଅଙ୍କର ଜରିମାନାରୁ ବର୍ତ୍ତିବା ସହ ନିଜକୁ ସୁରକ୍ଷିତ ରଖିବାକୁ ମଦ ନ ପିଇବା ପାଇଁ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର