ନବଜାତକଙ୍କ ପିତାମାତାଙ୍କୁ ଗଛ ଉପହାର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆଜି ଅଭିନବ ଢଙ୍ଗରେ ଗଛ ଚାରା ବଣ୍ଟନ କରାଯାଇଛି। ହସ୍ପିଟାଲର ଏମ୍‌ସିଏଚ୍‌ ବିଲ୍ଡିଂରୁ ଯେଉଁ ନବଜତାକମାନେ ଆଜି ଡିସଚାର୍ଜ ହେଉଥିଲେ ସେମାନଙ୍କ ପିତାମାତାଙ୍କୁ ଏକ ଚାରା ପ୍ରଦାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ଓ ବନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ୧ମାସ ପର୍ଯ୍ୟନ୍ତ ଜାରି ରହିବ। ଓସ୍ତ, ଅଶୋକ, ନିମ୍ବ ଭଳି ଚାରା ବଣ୍ଟନ କରାଯାଇଛି। ବନ ବିଭାଗ ପକ୍ଷରୁ ଏଥିପାଇଁ ଚାରା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଗଛକୁ ନିଜ ପିଲା ଭଳି ଯତ୍ନ କରିବା ପାଇଁ ହସ୍ପିଟାଲ ପକ୍ଷରୁ ସଚେତନତା ସମୟରେ କୁହାଯାଇଛି। ପୂର୍ବରୁ ଏଥିପାଇଁ ହସ୍ପିଟାଲର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଉଲ୍ଲେଖ ଯେ, ଗତ କିଛିଦିନ ପୂର୍ବରୁ ଏକ ଏନ୍‌ଜିଓ ସଂସ୍ଥା ସହାୟତାରେ ହସ୍ପିଟାଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ଅଧିକାରୀ ହସ୍ପିଟାଲ ପରିଦର୍ଶନରେ ଆସିଥିବା ସମୟରେ ମଧ୍ୟ ବୃକ୍ଷରୋପଣ କରାଯାଇ ହସ୍ପିଟାଲର ସବୁଜ ପରିବେଶ ପାଇଁ ଗୁରୁତ୍ବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର