ପାରମ୍ପରିକ ବୃକ୍ଷ ସଂରକ୍ଷଣ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ପାରମ୍ପରିକ ବୃକ୍ଷ ଅଶ୍ୱତଥ, ବର, ଅଶୋକ ଆଦି ବହୁ ମୂଲ୍ୟବାନ ଅବଦାନ ପରିବେଶ ତଥା ମନୁଷ୍ୟ ସମାଜ ପ୍ରତି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପରିବେଶ ଶିକ୍ଷା କେନ୍ଦ୍ର ପକ୍ଷରୁ ପାରମ୍ପରିକ ବୃକ୍ଷ ସଂରକ୍ଷଣ ଅଭିଯାନ ଆରମ୍ଭ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଇଚ୍ଛୁକ ସଂସ୍ଥା/ବ୍ୟକ୍ତି ୯୫୦୦ ଇକୋ କ୍ଲବମାନଙ୍କୁ ସେମାନଙ୍କ ଅଞ୍ଚଳର ୧ କିମି ପରିଧି ମଧ୍ୟରେ ଥିବା ପାରମ୍ପରିକ ବୃକ୍ଷର ତଥ୍ୟ ସହିତ ଫାଟୋ ପ୍ରଦାନ କରିବାକୁ। ପରିବେଶ ଶିକ୍ଷା କେନ୍ଦ୍ରକୁ ଡାକ ଯୋଗେ ପ୍ଲଟ ଏନ୍‌- ୧/୨୪୭, ଆଇଆରସି ଭିଲେଜ, ଭୁବନେଶ୍ୱର ୧୫ କିମ୍ବା [email protected]ରେ ମେଲ୍‌ କରିପାରିବେ। କେନ୍ଦ୍ରର ନିର୍ଦେଶକ ଆଶୁତୋଷ ଦେବତା, ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ କହିଛନ୍ତି, ଯେଉଁମାନେ ଅଧିକ ବୃକ୍ଷର ତଥ୍ୟ ପ୍ରଦାନ କରିବେ ସେମାନଙ୍କୁ ପ୍ରଶଂସାପତ୍ର ଓ ପ୍ରୋତ୍ସାହନ ଦିଆଯିବ।

ସମ୍ବନ୍ଧିତ ଖବର