ଲିଙ୍ଗରାଜ ମନ୍ଦିରକୁ ନେଉଥିଲେ ମଦ ବୋତଲ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ମଦ ବୋତଲ ନେଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି ଜଣେ ବଙ୍ଗୀୟ ପର୍ଯ୍ୟଟକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାଗ ଯାଞ୍ଚ ବେଳେ ଉକ୍ତ ପର୍ଯ୍ୟଟକଙ୍କ ବ୍ୟାଗରୁ ମଦ ବୋତଲ ବାହାରିଥିଲା। ପୁଲିସ ମଦ ବୋତଲ ଜବତ କରିବା ସହ ପର୍ଯ୍ୟଟକଙ୍କୁ ଅଟକ ରଖି ପରେ ଛାଡ଼ି ଦେଇଛି। ଭକ୍ତଙ୍କୁ ସବୁବେଳେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର