କଂଗ୍ରେସ ୫୦ ବର୍ଷରେ ଯାହା କରି ପାରି ନଥିଲା, ତାହା ବିଜେପି କରିବ: ଶାହ

କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ସରକାର ଗଢ଼ିବା ବିଜେପିର ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଦଳ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଶାହ କହିଛନ୍ତି, କଂଗ୍ରେସ ଯାହା ୫୦ ବର୍ଷରେ କରି ପାରି ନାହିଁ, ତାହା ବିଜେପି କରିବ। ସାଧାରଣ ନିର୍ବାଚନ ୨୦୧୯ ପାଇଁ ପ୍ରସ୍ତୁତି ନେଇ ଗଣମାଧ୍ୟମର ପ୍ରଶ୍ନରେ ଅମିତ ଶାହ କହିଛନ୍ତି, ୨୦୧୪ରେ ସରକାର ଶପଥ ନେବା ପରଦିନ ଠାରୁ ଆମେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ।

ବିଗତ ଦିନରେ ବିଜେପିକୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ସଫଳତା ମିଳିଛି। ଶାହ କହିଛନ୍ତି, ଗୁଜରାଟ, ହିମାଚଳ ପ୍ରଦେଶ ଓ ତ୍ରିପୁରା ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି। କଂଗ୍ରେସକୁ ୧୯୬୭ ପରେ ନିର୍ବାଚନରେ ୫୦ ପ୍ରତିଶତ ଭୋଟ୍‌ ମିିଳି ନାହିଁ। ବହୁଦଳୀୟ ଲୋକତାନ୍ତ୍ରିକ ବ୍ୟବସ୍ଥାରେ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିବା ବଡ ଜନାଦେଶ କୁହାଯାଇଥାଏ।

କର୍ଣ୍ଣାଟକରେ ଆଗାମୀ କିଛି ଦିନରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟରେ ବର୍ତ୍ତମାନ କଂଗ୍ରେସ ସରକାର ଅଛି। ଏହା ବ୍ୟତୀତ ବିଜେପି ପଶ୍ଚିମବଙ୍ଗକୁ ମଧ୍ୟ ନଜର ରଖିଛି। ଏଠାରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ୍‌ ମିଳିବ।

ସମ୍ବନ୍ଧିତ ଖବର