୮୦ ମିଟର‌ ଦୂରତାକୁ ଘୁଞ୍ଚିଲା ଡେନମାର୍କର ସମୁଦ୍ର ତଟରେ ଥିବା ୧୨୦ ବର୍ଷର ପୁରୁଣା ବତି ଘର!

ଡେନମାର୍କର ସମୁଦ୍ର ତଟରେ ଥିବା ୧୨୦ ବର୍ଷର ପୁରୁଣା ବତି ଘର (ଲାଇଟ୍‌ ହାଉସ)କୁ ପ୍ରାୟ ୮୦ ମିଟର‌୍‌ ଦୂରତାକୁ ଘୁଞ୍ଚାଇ ଅଣାଯିବାର ଖବର ଚର୍ଚ୍ଚାରେ। କୋପେନ୍‌ହାଗାନ ସହରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏହି ବତି ଘରର ଓଜନ ପାଖାପାଖି ଏକ ହଜାର ଟନ୍‌। ଏହାର ଉଚ୍ଚତା ୭୬ ଫୁଟ୍‌। ବାଲି ଉପରେ ରେଳ ଧାରଣା ବିଛାଇ ତାହାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ବତି ଘରେ ୧୯୦୦ ମସିହାରେ ପ୍ରଥମେ ଆଲୁଅ ଜଳିଥିଲା ଏବ˚ ସମୁଦ୍ର କୂଳ ଠାରୁ ୬୫୦ ଫୁଟ୍‌ ଦୂରତାରେ ଥିଲା। ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ସମୁଦ୍ର ମାଡ଼ିଆସୁଥିବାରୁ ସରକାରଙ୍କ ପକ୍ଷରୁ ଏ ପରି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର