ଅସ୍ତ୍ରୋପଚାର ପରେ ରୋଗୀ ପେଟରୁ ବାହାରିଲା ୭୨ଟି କଏନ୍‌

ମୁମ୍ବାଇ: ଯଦି କେବେ କେହି ଭୁଲରେ ବି କୌଣସି ଧାତୁ ନିର୍ମିତ ପଦାର୍ଥ ଗଳି ଦିଅନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିଥାଏ। ତେବେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ୫୦ବର୍ଷୀୟ ରୋଗୀଙ୍କ ମାମଲା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

‘ମେଟଲଫ୍ରିଜିୟା’ ରୋଗରେ ପୀଡିତ ଥିବା କ୍ରିଷ୍ଣା ସୋମାଲ୍ୟା ସମ୍ବର ନାମକ ଜଣେ ବ୍ୟକ୍ତି ଧାତୁ ନିର୍ମିତ ସାମଗ୍ରୀ ଓ କଏନ୍‌ ଖାଇବାର ଅଭ୍ୟାସରେ ପଡ଼ି ଯାଇଥିଲେ। ଏକଦା ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଯେତେବେଳେ ତାଙ୍କ ପେଟର ଏକ୍ସ-ରେ କରାଯାଇଥିଲା ଡାକ୍ତର ବି ତାଙ୍କ ରିପୋର୍ଟ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଅନେକ ଦିନ ଧରି ମାନସିକ ରୋଗରେ ପୀଡିତ ଥିବା ସମ୍ବର ଧାତୁ ନିର୍ମିତ ସାମଗ୍ରୀ ଓ କଏନ୍‌ ଗଳି ଦେଉଥିଲେ। ଯାହାଫଳରେ ପେଟରେ କଏନ୍‌ଗୁଡ଼ିକ ଜମା ହୋଇଯାଇଥିଲା। ଏହି କାରଣରୁ ତାଙ୍କୁ ଅନେକ ସମୟରେ ବାନ୍ତି ମଧ୍ୟ ହେଉଥିଲା। ଡାକ୍ତର ଅମିତ କେଲେ ତାଙ୍କର ଡାକ୍ତରି ଦଳ ସହିତ ସମ୍ବରଙ୍କ ତିନି ଘଣ୍ଟା ଅସ୍ତ୍ରୋପଚାର କରିବା ପରେ ତାଙ୍କ ପେଟ ଭିତରୁ ୭୨ଟି କଏନ୍‌ ବାହାରିଥିଲା।

ଅମିତଙ୍କ କହିବାନୁସାରେ, ସମ୍ବର ୨୦ବର୍ଷ ଧରି ଏକ ଶାରୀରିକ ବିକାର ‘ପିକା’ ରୋଗରେ ପୀଡିତ ଥିଲେ। ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଧାତୁ ନିର୍ମିତ ପଦାର୍ଥମାନ ଗଳି ପକାଇ ଥାଆନ୍ତି।

ସମ୍ବନ୍ଧିତ ଖବର