ଭାଇ-ଭଉଣୀଙ୍କ ମିଳିତ ବୟସ, ୧୦୪୨ ବର୍ଷ

‘ଗିନିଜ୍‌ ବୁକ୍‌’ ଅନୁଯାୟୀ ବିଶ୍ବରେ କୌଣସି ଏକ ପରିବାରର ଭାଇ-ଭଉଣୀଙ୍କ ସର୍ବାଧିକ ମିଳିତ ବୟସ ୧୦୪୨ ବର୍ଷ ଏବ˚ ୩୧୫ ଦିନ। ସେମାନେ ହେଉଛନ୍ତି ଡି’କ୍ରୁଜ୍‌ ଭାଇ-ଭଉଣୀ। ସେମାନଙ୍କ ସ˚ଖ୍ୟା ବାର। ଏବେ ବାର ଭାଇ-ଭଉଣୀଙ୍କ ବୟସ ପଞ୍ଚସ୍ତରିରୁ ସତାନବେ ମଧ୍ୟରେ। ୨୦୧୮ରେ ସେମାନେ, ସେମାନଙ୍କର ମିଳିତ ବୟସ କଥା ‘ଗିନିଜ୍‌ ବୁକ୍‌’ ମାଧ୍ୟମରେ ସାର୍ବଜନୀନ କରିଥିଲେ। ବାର ଭାଇ-ଭଉଣୀଯାକ ପାକିସ୍ତାନର କରାଚୀରେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ। ଏବେ ବିଶ୍ବର ବିଭିନ୍ନ ରାଷ୍ଟ୍ର ଯଥା- ଇ˚ଲଣ୍ତ୍‌, କାନାଡା, ସୁଇଜର‌୍‌ଲାଣ୍ତ୍‌, ଯୁକ୍ତରାଷ୍ଟ୍ର ଆମେରିକା ଆଦିରେ ରହୁଛନ୍ତି। ପ୍ରତି ବର୍ଷ ଦୁଇ-ତିନି ଥର ସେମାନେ ଏକତ୍ର ହୋଇ ଫଟୋ ଉଠାନ୍ତି। ୨୦୧୮ରୁ ପ୍ରତି ଦିନ ୧୧ଟା(ଲଣ୍ତନ୍‌ ସମୟ ଅନୁଯାୟୀ)ରେ ସେମାନେ ‘ଜୁମ୍‌’ ମାଧ୍ୟମରେ ପରସ୍ପର ସହ ଭାବ ଆଦାନ-ପ୍ରଦାନ କରୁଛନ୍ତି। ୧୯୨୫ରେ ଜନ୍ମିତ ଡୋରିନ୍‌ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଏବ˚ ୧୯୪୫ରେ ଜନ୍ମିତ ୟୁଜେନିଆ ସର୍ବ-କନିଷ୍ଠ। ୟୁଜେନିଆ ଦେଢ଼ ବର୍ଷର ହୋଇଥିବା ବେଳେ ସେମାନଙ୍କ ପିତାଙ୍କ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର