ମହିଳାଙ୍କ କଥାରେ ପଡ଼ି ରାଜା ହରିଶ୍ଚନ୍ଦ୍ର କରିଥିଲେ ଏହି ଭୁଲ୍‌

ତ୍ରିଶଂକୁଙ୍କ ପୁତ୍ର ମହାରାଜ ହରିଶ୍ଚନ୍ଦ୍ର ଶାକମ୍ଭରୀଙ୍କ ପରମ ଭକ୍ତ ତଥା ସତ୍ୟବାଦୀ ଥିଲେ। ଥରେ ଶିକାର ଉଦ୍ଦେଶ୍ୟରେ ଅରଣ୍ୟକୁ ଯାଇଥିଲେ ସେ। ସେହି ଅରଣ୍ୟରେ ହରିଶ୍ଚନ୍ଦ୍ର ଏକ କ୍ରନ୍ଦନରତା ମହିଳାଙ୍କୁ ଦେଖିବାକୁ ପାଇଲେ। ମହାରାଜ ସେହି ନାରୀଙ୍କୁ ତାଙ୍କ କାନ୍ଦିବାର କାରଣ ପଚାରିଲେ। ଏହାର ଉତ୍ତରରେ ସ୍ତ୍ରୀ ଲୋକ ଜଣକ କହିଲେ ଯେ, ଋଷି ବିଶ୍ୱାମିତ୍ରଙ୍କ ଯୋଗୁଁ ସେ ଅସୁବିଧାରେ ପଡ଼ିଛନ୍ତି। ବିଶ୍ୱମିତ୍ର ତପସ୍ୟାରତ ଅଛନ୍ତି। ତାଙ୍କୁ ଯଦି ତପଶ୍ଚାରଣରୁ ବିରତ କରାଯାଇପାରିବ,ତେବେ ସେ ଖୁସି ହେବେ।
ମହିଳାଙ୍କ ଏକଥା ଶୁଣିବା ପରେ ମହାରାଜା ହରିଶ୍ଚନ୍ଦ୍ର କିଛି ଚିନ୍ତା ନ କରି ବିଶ୍ୱାମିତ୍ରଙ୍କ ତପସ୍ୟା ଭଙ୍ଗ କରିଲେ।

 

ଏଥିରେ କ୍ଷୁବ୍ଧ ହୋଇ ବିଶ୍ୱାମିତ୍ର ତପସ୍ୟା ସ୍ଥାନରୁ ଉଠି ଗଲେ। ସେ ଏହାକୁ ବଡ଼ ଅପମାନ ବୋଲି ମଧ୍ୟ ମନେ କଲେ। ନିଜ ଅପମାନର ପ୍ରତିଶୋଧ ନେବା ପାଇଁ ମୁନି ବିଶ୍ୱାମିତ୍ର ଏକ ଭୟଙ୍କର ଜୀବନକୁ ଶୂକର ରୂପରେ ମହାରାଜା ହରିଶ୍ଚନ୍ଦ୍ରଙ୍କ ନଗରକୁ ପଠାଇଲେ। ସେହି ଭୟାନକ ଶୂକରର ପଶ୍ଚାତ୍‌ଧାବନ କରିଲେ। ସେ ତା’କୁ ବଧ କରିବାକୁ ଚାହୁଁଥିଲେ । ତା’ପଛେ ପଛେ ଦୌଡ଼ୁଥିବା ବେଳେ ଅରଣ୍ୟରେ ପହଞ୍ଚିଲେ ହରିଶ୍ଚନ୍ଦ୍ର। ସେଠି ଦ୍ରୋଡ଼ାଦୌଡ଼ି ଭିତରେ ଶୂକରରଟି କୁଆଡ଼େ ଅଦୃଶ୍ୟ ହୋଇଗଲା। ଖାଲି ସେତିକି ନୁହେଁ , ମହାରାଜ ହରିଶ୍ଚନ୍ଦ୍ର ଅରଣ୍ୟରୁ ବାହାରିବାର ରାସ୍ତା ମଧ୍ୟ ଭୁଲିଗଲେ।


ମହାରାଜା ହରିଶ୍ଚନ୍ଦ୍ର ଅରଣ୍ୟ ମଧ୍ୟରେ ଚିନ୍ତିତ ହୋଇ ରାସ୍ତା ଖୋଜୁଥିବାବେଳେ ଅକସ୍ମାତ୍‌ ମୁନି ବିଶ୍ୱାମିତ୍ର ବ୍ରାହ୍ମଣ ବେଶରେ ଉଭା ହେଲେ। ସେ ଗାନ୍ଧର୍ବୀ ମାୟାରେ ମହାରାଜା ହରିଶ୍ଚନ୍ଦ୍ରଙ୍କୁ ବଶୀଭୂତ କରିଦେଲେ।

ସମ୍ବନ୍ଧିତ ଖବର