ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୫ଟି କମ୍ପାନିର ମାଲିିକ! ଜାଣନ୍ତୁ ପୂରା ଘଟଣା…

କୋଲକାତା: ଆଜିର ଏହି ଅଜବ ଦୁନିଆରେ ମଣିଷ ପାଇଁ କିଛି ବି ଅସମ୍ଭବ ନୁହଁ । ମଣିଷ ଏପରି କାମ କରେ ଯେ କିଏ କେବେ କଲ୍ପନାରେ ବି ଭାବି ନ ଥିବେ । ଏମିତି ଏକ ଘଟଣା କୋଲକତାରେ ଟିଭି ମେକାନିକ ଭାବେ କାମ କରୁଥିବା ବିରଜୁ ସହ ଘଟିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିବା ବିରଜୁ, ଯାହା ବ୍ୟାଙ୍କ ଅକାଉଣ୍ଟରେ ମାତ୍ର ୧୦ ହଜାର ଟଙ୍କା ଥିଲା, ସେ ଏବେ ୫ଟି କମ୍ପାନିର ମାଲିକ !

ଘଟଣାଟି ଥିଲା ଏପରି, ଯେତେବେଳେ ଆୟକର ବିଭାଗ କୋଲକାତାର ଏକ ବସ୍ତିରେ ରହୁଥିବା ୪୨ ବର୍ଷିୟ ବିରଜୁକୁ ନୋଟିସ୍‌ କରିଥିଲେ ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏହି ନୋଟିସରେ ତାଙ୍କୁ ୫.୪୭ ଲକ୍ଷ ଟଙ୍କାର କାରବାର ଉପରେ ହିସାବ ମଗାଯାଇଥିଲା । ନୋଟିସ ପାଇବା ପରେ ବିରଜୁ ଆୟକର ବିଭାଗରେ ପହଞ୍ଚି ଅଧିକାରୀଙ୍କୁ ଯାହା କହିଲେ, ତାହା ଶୁଣି ସମସ୍ତେ ଚକିତ ହୋଇଗଲେ ।

ଆଧାର କାର୍ଡରେ ଏପରି ହୋଇଥିଲା ଠକେଇ

ମିଡିଆ ରିପୋର୍ଟ ଅନୁସାରେ ବିରଜୁର ମା’ ଆନନ୍ଦ ମୋଦି ନାମକ ଜଣେ ବ୍ୟବସାୟୀଙ୍କ ଘରେ କାମ କରୁଥିଲେ । ସେ ବିଜୁର ଆଧାର କାର୍ଡ ମାଗିଥିଲେ ଓ ଆଧାର କାର୍ଡ ସାହାଯ୍ୟରେ ସେ ବିରଜୁର ପ୍ୟାନ୍‌ କାର୍ଡ ମଧ୍ୟ ତିଆରି କରିଥିଲେ । ଏହା ପରେ ସେ ବିରଜୁଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ୫ଟି କମ୍ପାନି ମଧ୍ୟ ଖୋଳିଥିଲେ । ମାତ୍ର ଏସବୁ ବିଷୟରେ ବିନ୍ଦୁବିସର୍ଗ ବି ଜଣା ନଥିଲା ବିରଜୁଙ୍କୁ। ଆୟକର ବିଭାଗ ବର୍ତ୍ତମାନ ପୁରା ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର