କୋଣାର୍କ ବେଳାଭୂମି‌ରେ ମାସକ ପାଇଁ ଗଢ଼ାହେବ ବିଳାସପୂର୍ଣ୍ଣ ତମ୍ବୁ ନଗରୀ; ଜାଣନ୍ତୁ ଦେଶର ଆଉ କେଉଁ ଠାରେ ଏହି ସୁବିଧା ଉପଲବ୍ଧ

ଆସନ୍ତା ନୂଆ ବର୍ଷ ଉପଲକ୍ଷେ ପ୍ରଥମ ଥର ପାଇଁ ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଅନୁଷ୍ଠିତ ହେବାକୁ ଯାଉଛି କୋଣାର୍କ ଇକୋ ରିଟ୍ରିଟ ଉତ୍ସବ । ଓଡିଶାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ର ତଟରେ ୧୪ ଡିସେମ୍ଵର ୨୦୧୯ ରୁ ଜାନୁଆରି ୧୪, ୨୦୨୦ ଯାଏଁ  ଗୋଟିଏ ମାସ ଧରି ଏହି ଉତ୍ସବର ଆୟୋଜନ କରାଯାଇଛି।

ଅନ୍ୟପଟରେ ଆୟୋଜନକୁ ଆହୁରି ଆକର୍ଷଣୀୟ କରିବାକୁ ଯାଇ ରାମଚଣ୍ଡୀସ୍ଥିତ ମେରାଇନ ଡ୍ରାଇଭ ଅଞ୍ଚଳରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫ ଏକର ଜମିରେ ୫୦ଟି ବିଳାସପୂର୍ଣ୍ଣ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କ୍ୟାମ୍ପ ହାଉସରେ ଦେଶ-ବିଦେଶର ପର୍ଯ୍ୟଟକ ଆରାମରେ ରହିପାରିବେ।  କେବଳ ସେତିକି ନୁହେଁ, ଫୁଡ ଫେଷ୍ଟିଭାଲ୍, ସାସ୍କୃତିକ କାର୍ଯ୍ୟକ୍ରମ, ଜଳ କ୍ରୀଡା, ଥ୍ରୀଡି ମ୍ୟାପିଙ୍ଗ ଓ ଦୁଃସାହସୀକ କ୍ରୀଡ଼ା  ଆଦି ଉପଲବ୍ଧ କରାଯାଇଛି।

ଏହି ଉତ୍ସବ ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଟିତ ହେବାକୁ ଯାଉଛି । ଅନ୍ୟପଟରେ ଓଡିଶା ପର୍ଯ୍ୟଟନରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି । ଯଦିଓ ବିଳାସପୂର୍ଣ୍ଣ ଅସ୍ଥାୟୀ କ୍ୟାମ୍ପ  ଯୋଗାଇବା ସୁବିଧା ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଛି କିନ୍ତୁ ଏଭଳି ବ୍ୟବସ୍ଥା ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବହୁ ଆଗରୁ ଉପଲବ୍ଧ ରହିଛି। ଜାଣନ୍ତୁ ପୂର୍ବରୁ କେଉଁ ଜାଗାରେ ଉପଲବ୍ଧ ହେଉଥିଲା ଏହି ସୁବିଧା ।

nativeplanet.com

ମନାଲୀ

ଦେଶର ପ୍ରସିଦ୍ଧ ହିଲ ଷ୍ଚେସନ ଭାବେ ମନାଲୀ ବେଶ ଜଣାଶୁଣା । ଜଙ୍ଗଲର ମଧ୍ୟ ଭାଗରେ ଥିବା ଏହି ସହରଟିରେ ବରଫାବୃତ ପାହାଡ, ପାହାଡରୁ ବାହାରିଥିବା ନଦୀ ତଥା ସବୁଜିମା ଭରା ଜଙ୍ଗଲ ମଧ୍ୟ ଦେଖିବାକୁ ମିଳିବ । ଯଦି ଆପଣ କୌଣସି ହୋଟେଲ ନ ରହି ଜଙ୍ଗଲ ଭିତରେ ଅସ୍ଥାୟୀ ତମ୍ବୁରେ ରହି ପ୍ରାକୃତିକ ସୌନ୍ଦଯ୍ୟର ମଜା ଉଠାଇବା ପାଇଁ ଚାହୁଛନ୍ତି ତେବେ ମନାଲୀର ସରଚୁ ଏଥିପାଇଁ ବେଶ୍ ଉପଯୁକ୍ତ । ଏହି ସ୍ଥାନଟି ସେନାର ହେପାଜତରେ ରହିଛି।  ତା’ ସହିତ ଏହି ସ୍ଥାନର ନିକଟରେ ସରଚୁ ନଦୀ ମଧ୍ୟ ବହିଯାଇଛି ।

ମାଶୋବରା

ହିମାଚଳ ପ୍ରଦେଶର ଏକ ଛୋଟ ସହର ହେଉଛି ମାଶୋବରା । ଏହି ସ୍ଥାନରେ ଆପଣ ବିଳାସପୂର୍ଣ୍ଣ କ୍ୟାମ୍ପର ମଧ୍ୟ ମଜା ଉଠାଇପାରିବେ । ଏଥି ସହ ବହୁ ପ୍ରକାର ଦୁଃସାହସୀକ କ୍ରୀଡ଼ାର ମଧ୍ୟ ମଜା ନେଇପାରିବେ । ବର୍ଷର ମାର୍ଚ୍ଚରୁ ଜୁନ ମାସ ଯାଏଁ ଏହି ସ୍ଥାନକୁ ଭ୍ରମଣରେ ଯିବାର ଉପଯୁକ୍ତ ସମୟ ।

ବୁନ୍ଦି

ରାଜସ୍ଥାନର ବୁନ୍ଦି ସହରରେ ଅନେକ ପ୍ରକାର ଦର୍ଶନୀୟ ସ୍ଥାନ, ରାଜ ପ୍ରସାଦ ଏବଂ ଐତିହାସିକସ୍ଥଳୀ  ରହିଛି । ବୁନ୍ଦି ସହରରେ ଆପଣ ରାଜକୀୟ କ୍ୟାମ୍ପର ସୁବିଧା ପାଇପାରିବେ । ଅକ୍ଟୋବରରୁ ଫେବୃଆରି ମାସ ଯାଏଁ ଏହି ସ୍ଥାନକୁ ଭ୍ରମଣ ପାଇଁ ଉଦ୍ଦିଷ୍ଟ। ଏଠାରେ ତାରାଗାଢି କିଲ୍ଲା ,ବୁନ୍ଦି ପ୍ୟାଲେସ ଏବଂ ମୁଖ ମହଲ ଆଦି ଦର୍ଶନୀୟ ସ୍ଥାନ ରହିଛି ।

nativeplanet.com

ମୁନସିୟାରୀ

କିଛିକାଂଶରେ କଶ୍ମୀର ଭଳି ଦେଖାଯାଉଥିବାରୁ ମୁନସିୟାରୀ ସହରକୁ କ୍ଷୁଦ୍ର  କଶ୍ମୀର ମଧ୍ୟ କୁହାଯାଏ । ପଞ୍ଚାଚୁଲୀ ଶିଖର, ବିର୍ଥୀ ଝରଣା ଆଦି ବହୁ ପର୍ଯ୍ୟଟନସ୍ଥଳୀ ରହିଛି । ଯଦି ଆପଣ କ୍ୟାମ୍ପର ମଜା ଉଠାଇବାକୁ ଚାହୁଁଛନ୍ତି ତେବେ ମୁନସିୟାରୀ ଆପଣଙ୍କ ମନକୁ ଛୁଇଁବ।

ଜୈସଲମେର

ରାଜସ୍ଥାନର ଗୋଲ୍ଡେନ ସହର ଭାବରେ ଜୈସଲମେର  ପ୍ରସିଦ୍ଧ । ଏହି ସହରର ଅନେକ ସ୍ଥାନରେ ରାଜକୀୟ ଦୁର୍ଗମାନ ରହିଛି । ଆପଣଙ୍କୁ ମରୁଭୂମି ପସନ୍ଦ ତେବେ ଆପଣ ଜୈସଲମେରର ମରୁଭୂମିରେ ମଧ୍ୟ ବିଳାସପୂର୍ଣ୍ଣ କ୍ୟାମ୍ପର ମଧ୍ୟ ମଜା ଉଠାଇପାରିବେ । ତା’ ସହିତ ସ୍ଥାନୀୟ ଖାଦ୍ୟପେୟ ତଥା ଲୋକ ନୃତ୍ୟର ମଜା ମଧ୍ୟ ଉଠାଇ ପାରିବେ ।

ସମ୍ବନ୍ଧିତ ଖବର