ଫାଶୀ ଭୟରେ ସାରା ରାତି ଚେଇଁ ବସିଥିଲେ ମୁକେଶ, ପବନ,ବିନୟ ଓ ଅକ୍ଷୟ, ନିଦ ନଥିଲା କାହାକୁ

ନୂଆଦିଲ୍ଲୀ: ନ୍ୟାୟିକ ଲଢେଇରେ ସାତ ବର୍ଷ ପରେ ଆଜି ନିର୍ଭୟାକୁ ନ୍ୟାୟ ମିଳିଛି।  ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାଙ୍କୁ  ଅତି ଜଘନ୍ୟ ଭାବରେ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ୪ ଦୋଷୀ ପାଇଛନ୍ତି ଫାଶୀ । ଶୁକ୍ରବାର ସକାଳ ୫.୩୦ରେ ଦିଲ୍ଲୀର ତିହାର ଜେଲରେ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)ଙ୍କୁ ଫାଶୀ ଦିଆଯାଇଛି ।

ଫାଶୀ ପୂର୍ବରୁ ଶୋଇପାରିନଥିଲେ ନିର୍ଭୟା ଅଭିଯୁକ୍ତ । ମୃତ୍ୟୁର ଡର ସାରା ରାତି ସେମାନଙ୍କୁ ଶୁଆଇ ଦେଇ ନଥିଲା । ସୂଚନା ଅନୁସାରେ ଫାଶୀ ପୂର୍ବରୁ ତିହାର ଜେଲର କଏଦୀମାନେ ମଧ୍ୟ ସମୟ ପୂର୍ବରୁ ଉଠିଯାଇଥିଲେ । କାରଣ ତିହାର ଜେଲ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ସୂଚନା ଥାଇ ୪ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ଫାଶୀ ପାଇଁ ସମୟ ପୂର୍ବରୁ ସବୁ କିଛି ସ୍ଥିର ଥିଲା । ଜହ୍ଲାଦ ବି ପ୍ରସ୍ତୁତ ଥିଲେ । ଆଉ ଏଥିପାଇଁ ବାକି କଏଦୀମାନେ ମଧ୍ୟ ଶୋଇ ପାରି ନଥିଲେ ।

ପ୍ରଥମେ ଜେଲକୁ ଲକ୍ ଡାଉନ୍ କରାଯାଇଥିଲା । ସମସ୍ତ କଏଦୀଙ୍କୁ ଭିନ୍ନ ଭିନ୍ନ ସେଲରେ ବନ୍ଦ କରାଯାଇଥିଲା । ଆଉ ତା’ପରେ ୪ ଦୋଷୀଙ୍କୁ ଜେଲ ସୁପରିଟେଣ୍ଡେଣ୍ଟ୍ ଓ ସୁରକ୍ଷା କର୍ମଚାରୀମାନେ ଫାଶୀ ଦିଆଯାଉଥିବା ସେଲକୁ ନେଇଯାଇଥିଲେ । ଠିକ୍ ସାଢ଼େ ୫ଟାରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇଥିଲା । ପାଖାପାଖି ୩୦ ମିନିଟରୁ ଅଧିକ ସମୟ ଅଭିଯୁକ୍ତଙ୍କ ଶବ ଝୁଲିରହିଥିଲା । ଆଉ ତା’ପରେ ଅଭିଯୁକ୍ତଙ୍କ ଶବକୁ ଫାଶୀ ଖୁଣ୍ଟରୁ ଓଲ୍ହାଇ ମେଡ଼ିକାଲ ଯାଞ୍ଚ ପାଇଁ ପଠାଯାଇଛି ।

ସମ୍ବନ୍ଧିତ ଖବର