ଡିୟୁଟି ସମୟ ଶେଷ ହୋଇ ନଥିବାରୁ କାଳବୈଶାଖୀ ବର୍ଷାରେ ବି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିଲେ ଏହି କନେଷ୍ଟବଳ 

ଗୌହ୍ଵାଟୀ: ଗୌହ୍ଵାଟୀରେ ଟ୍ରାଫିକ୍‌ ପୁଲିସର ଜଣେ କନେଷ୍ଟବଳ ପ୍ରବଳ ଝଡତୋଫାନ୍‌ ଓ ବର୍ଷା ହେବା ସତ୍ତ୍ୱେ ବି ସେ ନିଜ ଡିୟୁଟିରୁ ଓହରି ନଥିଲେ। ଝଡବର୍ଷାରେ ଡିୟୁଟି କରୁଥିବାର ସମୟରେ ଏହି କନେଷ୍ଟବଳଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ କନେଷ୍ଟବଳଙ୍କ ନାମ ମିଥୁନ୍‌ ଦାସ୍‌ ବୋଲି ଜଣାପଡ଼ିଛି।

ମାର୍ଚ୍ଚ ୩୧ ଅର୍ଥାତ୍‌ ରବିବାର ଗୌହ୍ଵାଟୀର ବସିସ୍ତା ଚୌରାହେ ନିକଟରେ ମିଥୁନ୍‌ ଦାସ୍‌ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିଲେ। ଏହି ସମୟରେ ହଠାତ୍‌ କାଳବୈଶାଖୀ ଆରମ୍ଭ ହୋଇଯାଇଥିଲା। ଏମିତିରେ ମିଥୁନ୍‌ ଚୌରାହେରେ ବନିଥିବା ପୋଡିୟମରେ ଛିଡା ହୋଇ ବିନା କୌଣସି ରେନିକୋଟରେ ଟ୍ରାଫିକ୍‌କୁ ନିୟନ୍ତ୍ରଣ କରିବାରେ ଲାଗିଥିଲେ।

 

କନେଷ୍ଟବଳଙ୍କ ସହିତ ଯେତେବେଳେ ଏହି ବିଷୟରେ ଆଲୋଚନା କରାଯାଇଥିଲା ସେ କହିଥିଲେ କି, ମୋର ଡିୟୁଟି ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଥିଲା। ମୋର ଡିୟୁଟି ଶେଷ ହେବାର ୫ମିନିଟ୍‌ ପୂର୍ବରୁ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ମୋ ପରେ ଡିୟୁଟି ଥିବା କନେଷ୍ଟବଳ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲେ। ସେଥିପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ କାମକୁ ଜାରି ରଖିଥିଲି।

ସମ୍ବନ୍ଧିତ ଖବର