ମହାରାଷ୍ଟ୍ରର ଏହି ଦୁଇ ଶୈବପୀଠ କାହିଁକି ବିଖ୍ୟାତ ?

ମହାରାଷ୍ଟ୍ର ରାଜ୍ୟରେ ଥିବା ଦୁଇଟି ଶୈବପୀଠ ଖୁବ୍‌ ବିଖ୍ୟାତ। ଏଠାରେ ଦୁଇ ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ ଥିବା ହେତୁ ପ୍ରତି ବର୍ଷ ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଏବେ ଆସନ୍ତୁ ଜାଣିବା ସେହି ଦୁଇ ଶୈବପୀଠ ସଂପର୍କରେ…

ତ୍ରୟମ୍ବକେଶ୍ୱର: ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଗୋଦାବରୀ ନଦୀ କୂଳରେ ଏହି ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ । ବ୍ରହ୍ମଗିରି ପର୍ବତ ମଧ୍ୟ ଏହା ସନ୍ନିକଟରେ ଅବସ୍ଥିତ । ଏହି ନଦୀରୁ ଗୋଦାବରୀ ନଦୀ ବାହାରିଛି । ଭଗବାନ ଶିବଙ୍କ ଅନ୍ୟ ଏକ ନାମ ହେଉଛି ତ୍ରୟମ୍ବକେଶ୍ୱର । କୁହାଯାଏ ଯେ ଗୌତମ ଋଷି ଓ ଗୋଦାବରୀ ନଦୀଙ୍କ ଆଗ୍ରହ କ୍ରମେ ଏଠାରେ ଭଗବାନ ଶିବଙ୍କୁ ଜ୍ୟୋତିର୍ଲିଙ୍ଗ ରୂପେ ରହିବାକୁ ପଡିଛି ।

ଘୃଷ୍‌ଣେଶ୍ୱର: ମହାରାଷ୍ଟ୍ରର ଔରାଙ୍ଗବାଦ ସହର ନିକଟସ୍ଥ ଦୌହତାବାଦ୍‌ଠାରେ ଏହି ବିଖ୍ୟାତ ଘୃଷ୍‌ଣେଶ୍ୱର ଜ୍ୟୋତିର୍ଲିଙ୍ଗ ସ୍ଥାପିତ । ଏହା ଭଗବାନ ଶିବଙ୍କର ଅନ୍ତିମ ଜ୍ୟୋତିର୍ଲିଙ୍ଗ ଭାବେ ପରିଚିତ । ଏହି ଜ୍ୟୋତିର୍ଲିଙ୍ଗ ମଧ୍ୟ ବେଶ୍‌ ପ୍ରାଚୀନ । ଏହା ନିକଟରେ ଏଲୋରା ରହିଛି ।

ସମ୍ବନ୍ଧିତ ଖବର