ଆଇସିସି ଟି୨୦ ବିଶ୍ବକପ : ୮୪ ରନରେ ଜିତିଲା ବାଂଲାଦେଶ

ଓମାନ : ଓମାନର ଅଲ-ଆମେରାତଠାରେ ଖେଳାଯାଇଥିବା ଆଇସିସି ଟି-୨୦ ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶ ପାପୁଆ ନ୍ୟୁ ଗିନିକୁ ୮୪ ରନରେ ପରାସ୍ତ କରିଛି । ଏହା ଫଳରେ ବାଂଲାଦେଶ ବିଶ୍ବକପର ଚୂଡ଼ାନ୍ତ ପର୍ଯ୍ୟାୟକୁ ଯିବାର ସମ୍ଭାବନା ଉଜ୍ଜଳ ହୋଇଛି ।

ବାଂଲାଦେଶର ଅଧିନାୟକ ମହମ୍ମଦୁଲ୍ଲା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଦଳ ଆରମ୍ଭରୁ ନଇମଙ୍କ ଓ୍ବିକେଟ ହରାଇଥିଲା । ତେବେ ଲିଟନ ଦାସ ଓ ସକିବୁଲ ହୁସେନ ଲଢୁଆ ବ୍ୟାଟିଂ କରି ୫୦ ରନର ପାର୍ଟନରସିପ କରିଥିଲେ । ସକିବୁଲ ହୁସେନ ୪୭ରନ କରିଥିବାବେଳେ ମହମ୍ମଦୁଲ୍ଲା ୫୦ ରନ କରିଥିଲେ । ଲିଟନ ୨୯ ଓ ଆଫିଫ ହୁସେନ ୨୧ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୧ରନ କରିଥିଲା ।

୧୮୨ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାପୁଆ ନ୍ୟୁଗିନି ମାତ୍ର ରନ କରିପାରିଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଠିପାରିନଥିଲା । କେବଳ କିପଲିନ ଡୋରିଗା ଲଢୁଆ ଖେଳ ପ୍ରଦର୍ଶନ କରି ୪୬ରନ କରିଥିଲେ । ଦଳ ୧୯.୩ ଓଭରରେ ୯୭ ରନ କରି ଅଲଆଉଟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର