ଗୋଟିଏ କ୍ରିକେଟ ମ୍ୟାଚରେ ପଡ଼ିଲା ୧୩୬ଟି ଓ୍ଵାଇଡ୍‌ ବଲ !

ନୂଆଦିଲ୍ଲୀ: ବିହାରର ଧାନ୍‌ବାଦରେ ଖେଳାଯାଇଥିବା ବିସିସିଆଇ ୧୯ ବର୍ଷରୁ କମ ମହିଳା ବିଭାଗ ଅନ୍ତର୍ଗତ ଏକ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନାଗାଲାଣ୍ଡ ବନାମ୍‌ ମଣିପୁର ମ୍ୟାଚରେ ବୋଲରମାନେ ୧୩୬ଟି ଓ୍ଵାଇଡ଼ ବଲ ପକାଇଥିଲେ। ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି କଥାଟି ସତ। ଏହି ଦିନିକିଆ ମ୍ୟାଚରେ ମଣିପୁରର ବୋଲରମାନେ ୯୪ଟି ଏବଂ ନାଗାଲାଣ୍ଡର ବୋଲର୍‌ ୪୨ଟି ଓ୍ଵାଇଡ଼ ବଲ ପକାଇଥିଲେ।
୧୧୭ ରନରେ ନାଗାଲାଣ୍ଡ ଏହି ମ୍ୟାଚରେ ବିଜୟ ଲାଭ କରି ୪ ପଏଣ୍ଟ ପାଇଥିଲା । ୩୮ ଓଭରରେ ୨୧୫ ରନ କରି ନାଗାଲାଣ୍ଡ ବିଜୟୀ ହୋଇଥିଲା I ମଣିିପୁର ୨୭.୩ ଓଭରରେ ୯୮ରନ କରିଥିଲା। ନାଗାଲାଣ୍ଡର ବ୍ୟଟସମ୍ୟନ ମୁସକାନ ଓ ପରୀ ଯଥାକ୍ରମେ ୫୪ ଓ ୨୪ରନ କରିଥିଲେ। ମ୍ୟଚଟି ଧାନବାଦ ଜଲଗୋରାର ନେହେରୁ ଷ୍ଟାଡ଼ିୟମରେ ହୋଇଥିଲା।

‘ଏହା ଆରମ୍ଭ ମାତ୍ର , ଉତ୍ତର-ପୂର୍ବ ରାଜ୍ୟରେ ଆହୁରି ବହୁ ମ୍ୟାଚ ହେବ। ଅତ୍ୟଧୁନିକ କ୍ରିକେଟ କୋଚିଙ୍ଗ ସହ ଟିମର ଖେଳରେ ସୁଧାର ଆସିବ ବୋଲି ମୋ ଆଶା ରହିଛି ବୋଲି କହିଛନ୍ତି ମେଘାଳୟ କ୍ରିକେଟ ଆସୋସିଏସନ୍‌ର ମୁଖ୍ୟ ଏବଂ ବିସିସିଆଇ ଆବାହକ ନବ ଭଟ୍ଟାଚାର୍ଯ୍ୟ ।

ବିସିସିଆଇର କିଛି ଅଧିକାରୀ ଏହି ଖେଳରେ ଉପସ୍ଥିତ ରହିଥିଲେ। ଏତେ ସଂଖ୍ୟକ ଓ୍ଵାଇଡ୍‌ ବଲ୍‌ ପଡ଼ିବାକୁ ସେମାନେ ଗୁରୁତ୍ୱ ଦେଇ ନ ଥିଲେ ବରଂ କହିଥିଲେ ଦେଶର ଅନ୍ୟ ପ୍ରାନ୍ତ ଓ ଉତ୍ତ-ପୂର୍ବ ରାଜ୍ୟଙ୍କ ଭିତରେ ରହିଛି ଦୀର୍ଘ ବ୍ୟବଧାନ (ଓ୍ଵାଇଡ୍‌ ଗ୍ୟାପ୍‌)। ଏହାକୁ ସଂକୁଚିତ କରିବା ଦିଗରେ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେମାନେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର