ପୂର୍ବାଞ୍ଚଳ ସ୍ନୁକର ଫାଇନାଲ୍‌ରେ ରାକେଶ-ରୁମିତ୍‌ ମୁହାଁମୁହିଁ

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଚାଲିଥିବା ଅଷ୍ଟମ ଏମ୍‌ଆଇଇଟି ଓପନ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତାର ଫାଇନାଲ୍‌ରେ ଡ. ରାକେଶ ରୋଶନ ପ୍ରଧାନ ଏବଂ ରୁମିତ୍‌ ଗୁପ୍ତା ମୁହାଁମୁହିଁ ହେବେ। ବୁଧବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ମଙ୍ଗଳବାରର ଉଭୟ ସେମିଫାଇନାଲ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେମିଫାଇନାଲ୍‌ରେ ରାକେଶ ୫-୪ରେ ସୁବ୍ରତ ଦାସଙ୍କୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ସେମିଫାଇନାଲ୍‌ରେ ରୁମିତ୍‌ ମଧ୍ୟ ୫-୪‌ରେ ଆକାଶ ମହାପାତ୍ରଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ତୃତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ଆକାଶ ୪-୩ରେ ଜିତେନ ଷଡ଼ଙ୍ଗୀଙ୍କୁ ଏବଂ ଚତୁର୍ଥ କ୍ବାର୍ଟର୍‌ରେ ରୁମିତ ‌୪-୨ରେ ସୌଭାଗ୍ୟ ବେହେରାଙ୍କୁ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର