ହେଡିଂଲେ ଟେଷ୍ଟ : ଭାରତ ବିପକ୍ଷରେ ନିଜ ସ୍ଥିତିକୁ ମଜବୁତ କଲା ଇଂଲଣ୍ଡ, ପ୍ରଭାବହୀନ ଭାରତୀୟ ବୋଲର

ଲିଡ୍ସ : ଲିଡ୍ସର ହେଡିଂଲେ କ୍ରିକେଟ୍ ଗ୍ରାଉଣ୍ଡଠାରେ ଚାଲିଥିବା ୩ୟ ଟେଷ୍ଟରେ ଭାରତ ବିପକ୍ଷରେ ନିଜର ସ୍ଥିତିକୁ ମଜବୁତ କରିଛି ଇଂଲଣ୍ଡ । ସର୍ବଶେଷ ସୂଚନା ମୁତାବକ ଇଂଲଣ୍ଡ କୌଣସି ଓ୍ବିକେଟ ନ ହରାଇ ୧୩୩ ରନ କରିଛି ।

ଗତ କାଲି ମ୍ୟାଚର ପ୍ରଥମ ଦିନରେ ଭାରତ ଲଜ୍ଜାଜନକଭାବେ ମାତ୍ର ୭୮ ରନରେ ଅଲଆଉଟ ହେବା ପରେ ଇଂଲଣ୍ଡ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । ଦଳପକ୍ଷରୁ ରୋରି ବର୍ନସ ଓ ହସିବ ହମିଦ ବ୍ୟାଟିଂ ଆରମ୍ଭ କରି ସତର୍କତାର ସହ ସ୍କୋରକୁ ଆଗେଇ ନେଇଥିଲେ । ଗତ କାଲି ଷ୍ଟମ୍ପସ ଅପସାରଣ ବେଳକୁ ଇଂଲଣ୍ଡ କୌଣସି ଓ୍ବିକେଟ ନ ହରାଇ ୧୨୦ ରନ କରିଥିଲା । ଆଜି ୨ୟ ଦିନରେ ଇଂଲଣ୍ଡର ଦୁଇ ଓପନର ସତର୍କତାର ସହ ନିଜର ବ୍ୟାଟିଂ ଜାରି ରଖିଛନ୍ତି । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଇଂଲଣ୍ଡ କୌଣସି ଓ୍ବିକେଟ ନ ହରାଇ ୧୩୩ ରନ କରିଛି । ଏହା ସହିତ ଦଳ ପ୍ରଥମ ଇନିଂସରେ ୫୫ ରନରେ ଆଗୁଆ ହୋଇଯାଇଛି । ହମିଦ ୬୫ ଓ ବର୍ନସ ୬୦ ରନ କରି ଖେଳୁଛନ୍ତି ।

ସମ୍ବନ୍ଧିତ ଖବର