ତୃତୀୟ ଟି-୨୦: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଖେଳାଯାଉଛି। ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବିରାଟ କୋହଲିଙ୍କ ଟିମ୍‌ ଶୃଙ୍ଖଳା ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଛି। ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଫଳରେ ଭାରତ ବ୍ୟାଟିଂ ଜାରି ରଖିଛି।

ଆଇସିସି  ଟି-୨୦ ମାନ୍ୟତାରେ ଭାରତ ୫ ଓ ୱେଷ୍ଟଇଣ୍ଡିଜ୍‌ ୧୦ ନମ୍ବର ଦଳ କିନ୍ତୁ ସାମ୍ପ୍ରତିକ ପ୍ରଦର୍ଶନ ଏହି ଦୁଇ ଦଳକୁ ସମତୁଲ ସ୍ଥିତିରେ ରଖିଛି। ଚଳିତ ଶୃଙ୍ଖଳାର ୧-୧ ସ୍ଥିତି  ଏହା ପ୍ରତିଫଳିତ କରିଛି। ସେହି ଦୃଷ୍ଟିରୁ ଶୃଙ୍ଖଳା ବିଜୟ ଲାଗି ଦୁଇ ଦଳ ନିକଟରେ ସୁଯୋଗ ଆସିଛି। ହାଇଦ୍ରାବାଦରେ ଭାରତ ଏବଂ ତିରୁଅନନ୍ତପୁରମରେ ଇଣ୍ଡିଜ୍‌ ସହଜରେ ମ୍ୟାଚ ଜିତିଥିଲେ। ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଋଷବ ପନ୍ତ, ଶ୍ରେୟସ ଆୟର, ଶିଭମ ଦୁବେ, ୱାସିଂଟନ୍‌ ସୁନ୍ଦର, ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ କୁଳଦୀପ ଯାଦବ।

ୱେଷ୍ଟଇଣ୍ଡିଜ୍‌ ଦଳ: ଲେଣ୍ଡଲ୍‌ ସିମନ୍‌ସ, ଏଭିନ୍‌ ଲୁଇସ୍‌, ବ୍ରେଣ୍ଡନ୍‌ କିଙ୍ଗ୍‌, ସିମରନ୍‌ ହେଟମେୟର୍‌, ନିକୋଲାସ ପୂରନ (ୱିକେଟରକ୍ଷକ), କିରଣ ପୋଲାର୍ଡ (ଅଧିନାୟକ), ଜାସନ୍‌ ହୋଲ୍‌ଡର, ଖରି ପିଏର୍‌, କେସ୍ରିକ୍‌ ୱିଲିୟମ୍‌ସ, ସେଲଡ୍ରନ୍‌ କଟ୍ରେଲ୍‌, ହେଡେନ୍‌ ୱାଲ୍‌ସ ଜୁନିଅର୍‌।

ସମ୍ବନ୍ଧିତ ଖବର