ଆଇପିଏଲ: ଗୁଜୁରାଟକୁ ୮ ୱିକେଟରେ ପରାସ୍ତ କଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୮ତମ ମ୍ୟାଚରେ ଗୁଜୁରାଟକୁ ୮ ୱିକେଟରେ ପରାସ୍ତ କରିଛି ପଂଜାବ । ଦ୍ବିତୀୟ ପାଳିରେ ପଂଜାବ ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୬ ଓଭରରେ ୨ ୱିକେଟ ହରାଇ ୧୪୫ ରନ୍‌ କରି ବିଜୟ ହାସଲ କରିଛି । ଶିଖର ଧାୱନ ୬୨ ରନ୍‌ କରିଥିବା ବେଳେ ଭାନୁକା ରାଜପକ୍ସା ୪୦ ରନ୍‌ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧୦ ବଲରେ ଦମ୍‌ଦାର ୩୦ ରନ୍‌ କରି ପଂଜାବକୁ ବିଜୟ ଦେଇଛନ୍ତି । ଏହି ବିଜୟ ସହ ପଞ୍ଜାବ ୧୦ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାରେ ୬ଷ୍ଠରେ ରହିଛି ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ସାଇ ସୁଦର୍ଶନଙ୍କ ଅପରାଜିତ ୬୫ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାକୁ ବିଫଳ ହେବାରୁ ଗୁଜୁରାଟ ଦଳର ରନ ଗତି ଧୀମେଇ ଯାଇଥିଲା ଓ ଦଳ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲା । ଋଦ୍ଧିମାନ ଶାହା ୨୧ ରନ କରିଥିବାବେଳେ ଡେଭିଡ ମିଲର ଓ ରାହୁଲ ତେଓ୍ବାତିଆ ୧୧ ରନ ଲେଖାଏଁ କରିଥିଲେ । ପଂଜାବ ପକ୍ଷରୁ କାସିଗୋ ରବାଡା ୩୩ ରନ ଦେଇ ୪ଟି ଓ୍ବିକେଟ ନେଇଥିଲେ ।

ଚଳିତ ଥର ପ୍ରଥମ କରି ଆଇପିଏଲ ଖେଳୁଥିବା ଗୁଜୁରାଟ ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି ୮ ବିଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ମାତ୍ର ପଂଜାବ ୯ଟି ମ୍ୟାଚ ଖେଳି ମାତ୍ର ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ପାଇଛି ଓ ଟେବୁଲର ୮ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର