ଆଉ ୩ଟି ସ୍ୱର୍ଣ୍ଣ ପଦକ ସହ ଶୀର୍ଷରେ ପୁନେ ୟୁନିଭର୍ସିଟି

ଭୁବନେଶ୍ୱର : ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ମହେଶ ଦତ ଅସାୱାଲେ ଓ ପ୍ରାଜକ୍ତା ରବିନ୍ଦ୍ର ଖାଲ୍କର୍ଙ୍କ ମାଧ୍ୟମରେ ଭାରୋତଳନରେ ୨ଟି ଏବଂ ଜ୍ୟୋତିବା ବଜରଙ୍ଗ ଅଟ୍କାଲେଙ୍କ ମାଧ୍ୟମରେ କୁସ୍ତିରେ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ପଦକ ତାଲିକାର ଶୀର୍ଷରେ ପହଞ୍ଚିଛି । ଅନ୍ୟପକ୍ଷରେ ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି ଓ ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ଏବେ ସୁଦ୍ଧା ପର୍ଯ୍ୟନ୍ତ ୮ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି ୧୩ଟି ସ୍ୱର୍ଣ୍ଣ ପଦକ ଜିତିଛି । ସେହିପରି ଅମୃତସରର ଗୁରୁ ନାନକ ଦେବ୍ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍ ମୁମ୍ବାଇ ଶୀର୍ଷ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ରହିଛନ୍ତି ।
ମୋଟ ୨୫୮ କେଜିର ଭାରୋତ୍ତଳନ ସହ ଗତବର୍ଷ ଡିାସମ୍ବରରେ ମୋହାଲିରେ ଆୟୋଜିତ ଅଲ୍ ଇଣ୍ଡିଆର ଇଣ୍ଟର୍-ୟୁନିଭର୍ସିଟି ଚାମ୍ପିଅନ୍ସିପରେ ମହେଶ ଅସାୱାଲେ ବିଜୟୀ ହୋଇଥିଲେ । ସେ ସ୍ନାଚ୍ରେ ୧୨୩ କେଜି ଭାରୋତଳନ କରିବା ସହ କ୍ଲିନ୍ ଆଣ୍ଡ ଜର୍କରେ ୧୪୩ କେଜିର ଭାରୋତଳନ କରିଥିଲେ । ଡୋପ୍ ନିୟମର ଉଲଘଂନ ପରେ ଏକ ବର୍ଷର ନିଲମ୍ବନ ପରେ ମହେଶ ଗତ ବର୍ଷ ସେପ୍ଟେମ୍ବରରେ ଏହି କ୍ରୀଡାକୁ ଫେରିଥିଲେ । ଓଡିଶାର ବର୍ହମ୍ପୁର ୟୁନିଭର୍ସିଟିର ମନୋଜ କୁମାର ସାହୁ ଗତ ମାସରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ବଏଜ୍ ଅଣ୍ଡା୍-୨୧ ୭୩ କେଜି କ୍ଲାସରେ ରୌପ୍ୟ ପଦକ ଜିତିଥିଲେ । ତେବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ସେ ନିଜ ପ୍ରଦର୍ଶନରେ ସୁଧାର ଆଣିବା ସହ ୨୬୭ କେଜିର ଭାରୋତଳନ କରିଥିଲେ । ମନୋଜ ପଞ୍ଜାବ ୟୁନିଭର୍ସିଟିର ମନିଷ କୁମାର ଓ ପଞ୍ଜାବୀ ୟୁନିଭର୍ସିଟିର ଲଭଲି ପ୍ରୀତ ସିଂହଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସମ୍ବନ୍ଧିତ ଖବର