ଜାତୀୟ ଭାରୋତ୍ତୋଳନ ପ୍ରଶିକ୍ଷଣ ଶିବିରକୁ ଭକ୍ତରାମ ମନୋନୀତ

ବ୍ରହ୍ମପୁର: ଯୁବ ଏବଂ କନିଷ୍ଠ ବର୍ଗର ଭାରୋତ୍ତୋଳକଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାକୁ ପଟିଆଲା ସ୍ଥିତ ନେତାଜୀ ସୁଭାଷ ଜାତୀୟ କ୍ରୀଡ଼ା ଅନୁଷ୍ଠାନରେ ଚଳିତ ମାସ ୨୦ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଭାରୋତ୍ତୋଳନ ତାଲିମ ଶିବିର ଅନୁଷ୍ଠିତ ହେଉଛି। ଏଥିପାଇଁ ସାରା ଦେଶରୁ ମୋଟ ୨୪ ପ୍ରତିଯୋଗୀ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଭକ୍ତରାମ ଦେଷ୍ଟି ସ୍ଥାନ ପାଇଛନ୍ତି। ସେ ଚଳିତ କ୍ରୀଡ଼ା ବର୍ଷରେ ଜାତୀୟ ବିଦ୍ୟାଳୟ ସମୂହ ଏବଂ ଖେଲୋ ଇଣ୍ଡିଆରେ ୪୯ କେଜି ଯୁବ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ତେବେ ଉକ୍ତ ଶିବିର ପାଇଁ ମନୋନୀତ ହୋଇଥିବା ସମ୍ପର୍କରେ ସେ ବିଳମ୍ବରେ (ଗତ ୨୫ ତାରିଖ) ସୂଚନା ପାଇଥିଲେ। ଖବର ପାଇବା ମାତ୍ରେ ତୁରନ୍ତ ସେ ଶିବିରରେ ଯୋଗ ଦେବାପାଇଁ ଟ୍ରେନ୍‌ ଯୋଗେ ପଟିଆଲା ଗସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର