ପନ୍ତ ପାଳିଲେ ୨୩ତମ ଜନ୍ମଦିବସ

ଦୁବାଇ: ରବିବାର ଥିଲା ଦିଲ୍ଳୀ କ୍ୟାପିଟାଲ୍ସର ଦୁର୍ଦ୍ଧର୍ଷ ବ୍ୟାଟର୍‌ ଋଷବ ପନ୍ତଙ୍କ ୨୩ତମ ଜନ୍ମଦିବସ। ଏହାକୁ ସେ ପରିବାରଠାରୁ ଦୂରରେ ଏବଂ ଜୈବ ବଳୟ ଭିତରେ ସାଥୀ କ୍ରିକେଟର‌୍‌ଙ୍କ ସହ ଦୁବାଇରେ ପାଳନ କରିଛନ୍ତି। ଜନ୍ମଦିନ ଉତ୍ସବର କେତେକ କୌତୁକିଆ ଓ ମଜାଦାର ଫଟୋକୁ ମଧ୍ୟ ସେ ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଥିଲେ। ଏଥିରେ ସାଥୀ ଖେଳାଳିମାନେ ତାଙ୍କୁ ଏବଂ ‌ସେ ସାଥୀ ଖେଳାଳିଙ୍କୁ କେକ୍ ବୋଳୁଥିବା ଦେଖିବାକୁ ମିଳୁଛି। ପନ୍ତ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ପ୍ରଶଂସକ, ପୂର୍ବତନ ଓ ସାଂପ୍ରତିକ ଖେଳାଳିଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ପନ୍ତ ୧୯୯୭ ମସିହା ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର