ରଣଜୀ ଟ୍ରଫି: ଉମେଶ ଯାଦବଙ୍କୁ ୧୨ ଓ୍ଵିକେଟ୍‌, କେରଳକୁ ୨ ଦିନରେ ହରାଇ ଫାଇନାଲରେ ବିଦର୍ଭ

ନୂଆଦିଲ୍ଲୀ: କେରଳକୁ ସେମିଫାଇନାଲ ମ୍ୟାଚ୍‌ରେ ଇନିଂସ ଏବଂ ୧୧ ରନ୍‌ରେ ପରାସ୍ତ କରି ବିଦର୍ଭ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। କୃଷ୍ଣଗିରୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବିଦର୍ଭ ନିଜକୁ ଆହୁରି ଶକ୍ତିଶାଳୀ କରିଛି। ଉମେଶ ଯାଦବଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯିବ। କାରଣ ସେ କେରଳର ୨ ଇନିଂସରେ ୧୨ ଓ୍ଵିକେଟ୍‌ ହାସଲ କରିଛନ୍ତି।

ଟସ୍‌ ଜିଣି ବିଦର୍ଭ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କେରଳ ବ୍ୟାଟିଂ କରିଥିଲା। ଉମେଶ ଯାଦବ (୭/୪୮) ବଳରେ କେରଳକୁ ପ୍ରଥମ ଇନିଂସରେ ୧୦୬ ରନ୍‌ରେ ବିଦର୍ଭ ଆଉଟ୍‌ କରିଥିଲା। ଏହି ଇନିଂସରେ କେରଳର ବିଷ୍ଣୁ ବିନୋଦ ସର୍ବାଧିକ ଅପରାଜିତ ୩୭ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ଟିମ୍‌ର ଅନ୍ୟ ଖେଳାଳିମାନେ ଭଲ ବ୍ୟାଟିଂ କରି ନଥିଲେ। ଏହି ମ୍ୟାଚ୍‌ରେ ଉମେଶଙ୍କ ବ୍ୟତୀତ ବିଦର୍ଭର ରଜନୀଶ ଗୁରଓ୍ଵାନୀ ମଧ୍ୟ ଭଲ ବୋଲିଂ କରିଛନ୍ତି। ସେ ୩ଟି ଓ୍ଵିକେଟ୍‌ ନେଇଛନ୍ତି। ନିଜର ପ୍ରଥମ ଇନିଂସରେ ବିଦର୍ଭ ୨୦୮ ରନ୍‌ କରିଛି। ଏଥିରେ ଅଧିନାୟକ ଫୈଜ ଫଜଲ ଅର୍ଦ୍ଧଶତକ (୭୫ ରନ୍‌) କରିଥିଲେ। ଓ୍ଵାସିମ୍‌ ଜାଫର ୩୪ ରନ୍‌ ଯୋଡ଼ିଛନ୍ତି। କେରଳର ସନ୍ଦୀପ ଓ୍ଵାରିୟର ୫ ଓ୍ଵିକେଟ୍‌ ନେଇଥିଲେ। ବାସିଲ ଥମ୍ପି ୩ ସଫଳତା ମିଳିଥିଲା। ଦିନେସନ ନିଦେଶଙ୍କୁ ୨ ଓ୍ଵିକେଟ୍‌ ମିଳିଥିଲା।

ପ୍ରଥମ ଇନିଂସ ଆଧାରରେ ବିଦର୍ଭ ୧୦୨ ରନ୍‌ ଅଗ୍ରଣୀ ଥିଲା। କେରଳକୁ ଫାଇନାଲରେ ନିଜର ଆଶା ଜୀବୀତ ରଖିବା ପାଇଁ ଦ୍ୱିତୀୟ ଇନିଂସରେ ବୋଲିଂ ଦିଗରେ ଭଲ ପ୍ରଦର୍ଶନ କରିବାର ଥିଲା। ମାତ୍ର କେରଳ ଦ୍ୱିତୀୟ ଇନିଂସରେ ୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର